ବ୍ୟୁରୋ : ବିଧାନସଭାରୁ ନିଲମ୍ବିତ ହୋଇଥିଲେ କଂଗ୍ରେସର ୧୪ ବିଧାୟକ । ପ୍ରଥମେ ୧୨ ପୁଣି ୨ ବିଧାୟକ ନିଳମ୍ବିତ । ଆଜି ହୋହଲ୍ଲା ହେବ ନା ସ୍ୱାଭାବିକ ହେବ ବିଧାନସଭା ବଜେଟ ଅଧିବେଶନ ? ଗତକାଲି ଲୋୟର ପିଏମ୍ଜି ରଣକ୍ଷେତ୍ର ପାଲଟିଥିଲା । ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ । ତାହା ଉପରେ ସଭିଁଙ୍କ ନଜର ରହିଛି । ତେବେ ଗତକାଲିର କଂଗ୍ରେସର ରଣହୁଙ୍କାର ପରେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ ? ବିଜେଡି ମଧ୍ୟ କକ୍ଷତ୍ୟାଗ କରିବା ସହିତ ଗଙ୍ଗା ଜଳ ଛିଞ୍ଚି ଗୃହ ଓ ଗୃହ ପରିସର ପବିତ୍ର କରିଥିଲା । ବିଜେଡିର ଆଭିମୁଖ୍ୟ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସେପଟେ କଂଗ୍ରେସ ବିଧାୟକ ସସପେଣ୍ଡ ଅଛନ୍ତି । ତେଣୁ ସେମାନେ ବିଧାନସଭା ପରିସରକୁ ଆସି ପ୍ରତିବାଦ କରିପାରିବେ। ପ୍ରଶ୍ନକାଳ ସ୍ବାଭାବିକ ଚାଲିବ କି ନାହିଁ, ତା’ ଉପରେ ପୂରା ନଜର ରହିଛି ।