କେବେଠାରୁ ବିଧାୟକଙ୍କୁ ଚିହ୍ନିଲେ ଶର୍ମିଷ୍ଠା ?

0

ଭୁବନେଶ୍ୱର- କ୍ୟାମେରାମ୍ୟାନ ମାନସ ସାଇଁ ହତ୍ୟାଘଟଣା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ରାଜନଗର ବିଧାୟକଙ୍କୁ ନେଇ ଚର୍ଚ୍ଚା । ବିଧାୟକ ଧ୍ରୁବ ସାହୁ ଏବଂ ଶର୍ମିଷ୍ଠାଙ୍କ ଭିତରେ କଣ ରହିଛି ସଂପର୍କ । କେଉଁ ସଭାରେ ଶର୍ମିଷ୍ଠାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରୁଛନ୍ତି । କଣ ବିଧାୟକ ଜାଣିପାରିଲେନି ଶର୍ମିଷ୍ଠାଙ୍କୁ ।ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କେବଳ ରାଜନଗର ବିଧାୟକଙ୍କ ସହିତ ନୁହେଁ ବରଂ ସେ ଏମିତି ଅନେକ ନେତା ମନ୍ତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ।

 

ତେବେ କେବେଠାରୁ ବିଧାୟକଙ୍କୁ ଚିହ୍ନିଲେ ଶର୍ମିଷ୍ଠା । ଗାଁ ରୁ ଚିହ୍ନିଥିଲେ ନା ଆଶ୍ରମରୁ ଚିହ୍ନିଲେ । ତେବେ ଏଠି ପ୍ରଶ୍ନ ଉଠୁଛି କେଉଁଠୁ ସଂପର୍କ ଯୋଡିହୋଇଥିଲା ଉଭୟଙ୍କ ମଧ୍ୟରେ । ଟିଭି ପରଦାରେ ଖବର ପରିବେଷଣ କରୁଥିବା ଶର୍ମିଷ୍ଠାଙ୍କ ସହିତ ଅନେକ ନେତା ମନ୍ତ୍ରୀଙ୍କର ରହିଛି ସଂପର୍କ । ପୂର୍ବରୁ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କ ସହିତ ମଧ୍ୟ ଫଟୋ ଉଠାଇଥିବାର ନଜର ସାମ୍ନାକୁ ଆସିଛି ।

 

 

 

 

ସେପଟେ ଆଜି ଗିରଫ ହୋଇଛନ୍ତି ଶର୍ମିଷ୍ଠା ରାଉତ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି । ଭଦ୍ରକ ପୋଲିସ୍ ଓ କ୍ରାଇମବ୍ରାଂଚର ମିଳିତ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିଛି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି ।

 

ଉଭୟଙ୍କୁ ଭଦ୍ରକର ନଳାଙ୍ଗଙ୍କ ଠାରୁ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଗିରଫ ପରେ ଉଭୟଙ୍କୁ ଚାନ୍ଦବାଲିର ଜେଏମଏଫସିରେ ହାଜର ହାଜର କରାଯିବ । ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଂଚ ।

 

 

ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଂଚ । ପୂର୍ବରୁ ଭଦ୍ରକ ପୋଲିସ୍ ଓଆଇଏସ୍ ନିରଂଜନ ସେଠୀଙ୍କୁ ଗିରଫ କରିସାରିଛି । ଗତ ଫେବୃଆରୀ ମାସ ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ମାନସଙ୍କୁ ନୟାଗଡ଼ର ଏକ ପାହାଡ଼ ନିକଟରେ ମାଟି ତଳେ ପୋତି ଦିଆଯାଇଥିଲା ।