ମକର ମେଳା ଦେଖିବାକୁ ଯାଇଥିବା ବେଳେ ମହିଳାଙ୍କ ବେକ କାଟିଲେ ଦୃର୍ବୁତ୍ତ

0

ଜଗତସିଂହପୁର/ ପ୍ରତାପ  କୁମାର ସିଂ: ଜଗତସିଂହପୁରରେ ଚାଞ୍ଚଲ୍ୟ । ମହିଳାଙ୍କୁ ବେକକଟା ହୋଇଥିବା ଅବସ୍ଥାରେ ଗୁରୁତର ଭାବେ ଉଦ୍ଧାର । ଲଙ୍କାପଡା ନଇପଠାରୁ ବେକ କଟା ହୋଇ ଗୁରୁତର  ଅବସ୍ଥାରେ ଜଣେ ମହିଳା ଗତ ରାତିରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନାମୁତାବକ କ୍ରୀସ୍ନାନନ୍ଦପୁର ଥାନା ଗଇଠିପୁର ଗ୍ରାମର ଜିନତା ସେଠି ନାମକ ଜଣେ ମହିଳା ନିକଟସ୍ତ ଲଙ୍କାପଡାକୁ ପ୍ରସିଦ୍ଧ ବିଲେଇସୁଣି ମକର ମେଳା ଦେଖିବାକୁ ଯାଇଥିଲେ । ପରେ ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ  ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଲଙ୍କାପଡା ନିକଟସ୍ତ ପାଇକା ନଇପଠାରୁ ବେକ କଟା ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରିଥିଲେ ।  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରଘୁନାଥପୁର ମେଡିକାଲ ପରେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରମନକାରୀକୁ ଧରିବା ପାଇଁ କ୍ରୀସ୍ନାନନ୍ଦପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ବ କରିଛି ।