ଡଙ୍ଗା ପାର ହେଲା ବେଳେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବ୍ରାବ୍ମଣୀ ନଦୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଅନୂଯାୟୀ,ରାଜନଗରର ଜଣେ ବ୍ୟକ୍ତିଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ। କେରଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଯିବା ବାଟରେ ଡଙ୍ଗାଟି ବୁଡି ଯାଇଥିଲା । ବ୍ୟକ୍ତିଙ୍କ ପରିବାର ସମେତ ଵନ୍ଧୁଵାନ୍ଧବ ନଦୀ ପାର ହେଵା ପାଇଁ ଡଙ୍ଗା ଭଡ଼ା କରି କେରଡାଗଡରୁ ନଳପାହି ପାର ହେଉଥିବା ଵେଳେ ନଳପାହି କୂଳ ନିକଟରେ ଡଙ୍ଗା ଭାରସାମ୍ୟ ହରାଇ ଵୁଡି ଯାଇଥିଲା । ଯାହା ଫଳରେ ଯାତ୍ରୀ ମାନେ ଅନ୍ୟମାନଙ୍କ ସାହାର୍ଯ୍ୟରେ ନଦୀ କୂଳକୁ ଆସିଯାଇଥିଲେ । ଘଟଣାସ୍ଥଳରେ ବାଇକକୁ ଉଦ୍ଧାର କରିଥିବା ବେଳେ ଲୋକଙ୍କର ମୋବାଇଲ ପାଣିରେ ବୁଡି ଯାଇଥିବା ଜଣାପଡିଛି ।