ଭୁବନେଶ୍ୱର; ଏଥର ସବୁ ପର୍ବପର୍ବାଣୀକୁ ନେଇ ଦ୍ୱନ୍ଦ । ଦୀପାବଳୀ ଓ କୁମାର ପୂର୍ଣ୍ଣିମାକୁ ନେଇ ଲାଗିରହିଥିଲା ଦ୍ୱନ୍ଦ । କିଏ କେଉଁଦିନ ପାଳିବେ ତାକୁ ନେଇ ବିଭିନ୍ନ ମତ ଆସିଥିଲା । ସମସ୍ତେ ଭିନ୍ନ ଭିନ୍ନ ଦିନରେ ପାଳନ କରିଥିଲେ । ପୁଣି ସରସ୍ୱତୀ ପୂଜାକୁ ନେଇ ଦ୍ୱନ୍ଦ । କେଉଁଦିନ ପାଳିବେ ସରସ୍ୱତତୀ ପୂଜା । ୨ରେ ନା ୩ରେ ସରସ୍ୱତୀ ପୂଜା ହେବ ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ କଥା ରହିଛି । କେଉଁଥିରେ ୨ ତାରିଖରେ ଶ୍ରୀପଞ୍ଚମି ଉଲ୍ଲେଖ ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ୟ୍ୟନ୍ତ ରହିଛି ଶ୍ରୀପଞ୍ଚମି। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଚାଲିଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଛି।