(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୁଢାମ୍ବ ଠାରୁ ବାଲିପଦର ପର୍ୟ୍ୟନ୍ତ ରାସ୍ତା କାମ ଚାଲୁଥିବା ବେଳେ କ କବିସୂର୍ଯ୍ୟନଗର ବଡଆଗୁଳ ଠାରୁ ଗୁଡିଆଳି ଛକ ପର୍ୟ୍ୟନ୍ତ ରାସ୍ତା କାମ ହେତୁ ରାସ୍ତା କଡରେ ଥିବା ବିଜୁଳି ଖୁଣ୍ଟକୁ ଘୁଞ୍ଚାଗଲା । କିନ୍ତୁ ବହୁତ ବଡ଼ ଦୁର୍ଭାଗ୍ୟର ବିଷୟ ବିଜୁଳି ଖୁଣ୍ଟ ସିନା ଘୁଚାଂଗଲା ଷ୍ଟ୍ରିଟ ଲାଇଟ ଗୁଡାକ ଫିଟାଇ ନିଆଗଲା ତାହା ଆଜି ପର୍ୟ୍ୟନ୍ତ ଲାଗି ନାହିଁ ।
। ଆଜକୁ ଦଶ ଦିନରୁ ଅଧିକ ଦିନ ହେଲା ବଡଆଗୁଳ ଠାରୁ ଗୁଡିଆଳି ଛକ ପର୍ୟ୍ୟନ୍ତ ସଂଜ ନଇଁଲେ ଅନ୍ଧାର ହୋଇଯାଉଛି ।ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସଡକ କଡରେ ଥାନା ଦମକଳ କେନ୍ଦ୍ର ଓ ତହସିଲ କାର୍ୟ୍ୟାଳୟ ସାଙ୍ଗକୁ କୋର୍ଟ କାମ ଚାଲୁରହିଛି । ତଥାପି ବିଦ୍ୟୁତ ବିଭାଗର ଚେତା ପଶୁନି । ଏମିତି କି ଜୈନିକ ବ୍ୟକ୍ତିର ଘରୋଇ କନକେସନକୁ ମଧ୍ୟ କାଟି ଦିଆଯାଇଛି ଅନେକ ଦିନ ହେବ ଦୀପ ଜାଳି ଘରେ ରହୁଥିବାରୁ ଶୁଣିବାକୁ ମିଳୁଛି ସାଧାରଣରେ ତୁରନ୍ତ ଏହାର ସମାଧାନ ଦିଗରେ ବିଦ୍ୟୁତ ବିଭାଗ ନଜର ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।