ରଜନୀକାନ୍ତ ପାତ୍ର /ହିଞ୍ଜିଳି : ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗରରେ ରହିଛି ପୂର୍ତ୍ତ ବିଭାଗର କାର୍ୟ୍ୟାଳୟ ! ଏବେ ବୁଢାମ୍ବ ଠାରୁ ବାଲିପଦର ମଧ୍ୟ ରାସ୍ତା ସାରା ଖାଲଖମା ସାଙ୍ଗକୁ ଧୂଳି ଧୂଷରରେ ଲୋକେ ଅଣନିଶ୍ଵାସୀ ହୋଇଯାଇଥିବା ବେଳେ ଏବେ ରାସ୍ତା କମ ଚାଲିଛି । ତେବେ କିନ୍ତୁ ଦିନ ୧୧ଟା ବାଜିଲେ ମଧ୍ୟ ବାବୁ ମାନଙ୍କ ଚୌକି ଖାଲି । ଦିନ ଦିନ ଧରି ଏସଡିଓ ବାବୁ ଙ୍କ ଦେଖା ମିଳୁନଥିବା ବେଳେ ଜେଇ ବାବୁ ଫିଲ୍ଡରେ ଅଛି କହିଦେଇ ଫାଙ୍କି ଚାଲନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢୁଥିବା ବେଳେ ତୁରନ୍ତ ଅଧିକାରୀ ମାନଙ୍କୁ ବଦଳି ଦାବିରେ ଜନଆନ୍ଦୋଳନ ତେଜିବାର ସୂଚନା ମିଳିଛି ।