ଭୁବନେଶ୍ୱର ୟୁନିଟ୍ ୱାନ୍ ଅଞ୍ଚଳର କେଳୁଚରଣଙ୍କର ମୃତଦେହରୁ କିଡନୀ ଓ ଆଖି ତାଡିନେଇଥିବା ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଭାଇଙ୍କ କହିବା ଅନୁସାରେ ଗତ ଶୁକ୍ରବାର ଠାରୁ କେଳୁଚରଣ ନିଖୋଜ ଥିଲେ । ଗତକାଲି ତାଙ୍କର ମୃତଦେହ ଓଲଟପୁର ନିକଟ ଏକ ବିଲରୁ ମିଳିଥିଲା । ନିଖୋଜ ର ପୂର୍ବରୁ ଶେଷଥର ପାଇଁ କେଳୁଚରଣଙ୍କୁ ୧୦୮ ଯୋଗେ ମେଡିକାଲକୁ ନେଉଥିବା ,କିଛି ବ୍ୟକ୍ତିମାନେ ଦେଖିଥିବା ତାଙ୍କ ଭାଇ କହୁଥିବା ବେଳେ । ମେଡିକାଲ ରେଜିଷ୍ଟରରେ କେଳୁଚରଣଙ୍କ ନାଁ ନଥିବା ସଂଦେହ ସୃଷ୍ଟି କରିଛି । ପୋଲିସ୍ ଏନେଇ ତଦନ୍ତ ଚଳାଇଥିବା ସୂଚନା ।