ପହଲଗାମ ଆକ୍ରମଣକୁ ନେଇ ସାରା ବିଶ୍ବ ପାକିସ୍ତାନକୁ ନିନ୍ଦ କରୁଥିବା ବେଳେ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ସହ ଛିଡା ହେବାକୁ ସିଧାସିଧା ମନାକରିଦେଇଛି ଚୀନ
ନୂଆଦିଲ୍ଲୀ-: କଥାରେ ଅଛି ଯିଏ ବିପଦ ସମୟରେ ସାଥିରେ ଥାଏ ସିଏ ହେଉଛି ପ୍ରକୃତ ବନ୍ଧୁ । କିନ୍ତୁ ସେଇ ବନ୍ଧୁ ଯଦି ବିପଦ ସମୟରେ ହାତ ଛାଡ଼ିଦେବ ତେବେ ଅବସ୍ଥା ଯେ କଣ ହେବ ତାହା ଅବର୍ଣ୍ଣନୀୟ । ତେବେ ବନ୍ଧୁ ହାତ ଛାଡିବା କଥାଟି ଏବେ ପାକିସ୍ତାନ ପକ୍ଷରେ ଘଟିଛି । ପାକିସ୍ତାନର ପରମ ମିତ୍ର ବୋଲାଉଥିବା ଚୀନ ଏବେ ତାର ହାତ ଛାଡ଼ିଦେଇଛି । ଯାହା ବଳରେ ପାକିସ୍ତାନ ଏତେ ଡେଉଁଥିଲା ଶେଷରେ ସେହି ଚୀନ ହାତଛାଡି ଦେଇ ତାର ଆତଙ୍କୀ କାର୍ୟ୍ୟକଳାପକୁ ନିନ୍ଦା କରି ଦୂରେଇ ଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯେତେବେଳେ ସ୍ଥାୟୀ ସଦସ୍ୟମାନେ ପାକିସ୍ତାନ ସହ ଆତଙ୍କୀଙ୍କ ଲିଙ୍କ୍ ନେଇ ନିନ୍ଦା କରିଥିଲେ ସେତେବେଳେ ଚୀନ ମଧ୍ୟ ପାକିସ୍ତାନକୁ ନିନ୍ଦା କରିଛି ।
ଗତକାଲି ଯଦିଓ ଚୀନ୍ ଆମ୍ବାସାଡର ଜିଆଙ୍କ ଜାଇଡଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଥିଲେ ଯେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚୀନ୍ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ। ମାତ୍ର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଚୀନ ପାକିସ୍ତାନ ଠାରୁ ଟିକେ ଦୂରେଇ ରହିବାର ଆଭିମୁଖ ପୋଷଣ କରିଛି । ଏବଂ ପହଲଗାମ୍ ଆକ୍ରମଣ ନେଇ ସାରା ବିଶ୍ବ ପାକିସ୍ତାନକୁ ନିନ୍ଦ କରୁଥିବା ବେଳେ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ସହ ଛିଡା ହେବାକୁ ସିଧାସିଧା ମନାକରିଦେଇଛନ୍ତି ।
ସେପଟେ ନିଜ ଜାଲରେ ନିଜେ ଫସିଯାଇଛି ପାକିସ୍ତାନ । ଯଦିଓ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକି ଅନ୍ୟ ଦେଶର ସହାନୁଭୂତି ନେବାକୁ ଚେଷ୍ଟା କରିଥିଲା ମାତ୍ରା ସେ ଡ୍ରାମା କାମ ଦେଇନି । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତର ଆକ୍ସନ ପରେ ବୈଠକ ଡାକି ଅନ୍ୟ ଦେଶର ସାହାନୁଭୂତି ସାଉଁଟିବାକୁ ପାକିସ୍ତାନ ଯେଉଁ ଶସ୍ତା ଡ୍ରାମା କରିଥିଲା ସେଥିରେ ତାର ଅସଲ ମୁଖା ଜାତିସଂଘରେ ହିଁ ଖୋଲିଗଲା । ଆଉ ନିଜେ ବୈଠକ ଡାକି ଭରା ବେଜିତ ହେଲା ।
ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଗଲା । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲା ୟୁଏନଏସସି । UN ପାକିସ୍ତାନର ଫଲ୍ସ ଫ୍ଲାଗ୍ ଷ୍ଟୋରୀକୁ ଅଣଦେଖା କରି ଲସ୍କର-ଏ-ତୈବା ଆକ୍ରମଣରେ ସମ୍ପୃକ୍ତ ଅଛି କି ନାହିଁ ସିଧାସଳଖ ପ୍ରଶ୍ନ କରିଥିଲା । କେବଳ ଏତିକି ନୁହେଁ, ସଦସ୍ୟ ଦେଶମାନେ ପାକିସ୍ତାନକୁ ଭାରତ ସହିତ ଏହାର ସମସ୍ୟା ଦ୍ୱିପାକ୍ଷିକ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ବୈଠକ ସମୟରେ ଏବଂ ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଏକାକୀ ହୋଇଯାଇଥିଲା । ସେହିପରି କିଛି ଦେଶ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଚିନ୍ତା ପ୍ରକାଶ କରି ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଥିଲେ । ଏବେ ପ୍ରଶ୍ନ ଉଠୁଛି, ପାକିସ୍ତାନକୁ ସାରା ବିଶ୍ବା ନିନ୍ଦା କରୁଥିବା ବେଳେ ଚୀନ ସାହସରେ ପାକିସ୍ତାନ ଯେଉଁ ଡିଆଁ ଡେଉଁଥିଲା ଚୀନର ଦୂରେଇ ଯିବା ପରେ ପାକିସ୍ତାନର ପରିସ୍ଥିତି କଣ ହେବ ?