ଆମ୍ରିତସରରୁ କାତ୍ରା ଯାଉଥିବା ବେଳେ ଖାଇକୁ ଖସିଲା ବସ :୧୦ ମୃତ୍ୟୁ

0

ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ବସ । ସେହି ବସ ଟି ଅମ୍ରିତସରରୁ କାତ୍ରା ଯାଉଥିବା କୁହାଯାଉଥିବା ବେଳେ ବସଟି ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହି ବସରେ ମୋଟ ୭୦ରୁ ୭୫ ଜଣ ଯାତ୍ରୀ ଯାତ୍ରା କରୁଥିବା ସୂଚନା ରହିଛି । ସମସ୍ତ ଯାତ୍ରୀ ବିହାରର ହୋଇଥିବା ବେଳେ ଆମ୍ରିତସରରୁ କାତ୍ରା ଯାଉଥିଲେ । ବସ ଟି ରାସ୍ତା ଭୁଳି ଅଲଗା ରାସ୍ତାରେ ଚାଲି ଆସିଥିବା ବେଳେ ବିଳମ୍ବିତ ରାତିରେ ଅସାବଧାନତା ହେତୁ ଖାଇକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।ଏବେବି ଉଦ୍ଧାର କାର୍ଯ୍ୟଯାରି ରହିଥିବା ବେଳେ ଘଟଣାସ୍ଥଳରେ ଡେପୁଟି କମିଶନର ଘଟଣାର ତଦନ୍ତ କରିବା ସହ ପୋଲିସ ,ସିଆରପିଏଫ ଯବାନ ଓ ଉଦ୍ଧାରକାରୀ ଟିମ ଉପସ୍ଥିତ ଅଛନ୍ତି ।