ସାଧାରଣ ଭବନ ନୁହେଁ ହ୍ୱାଇଟ୍ ହାଉସ୍ : ପ୍ରତ୍ୟେକ କୋଣ ଅନୁକୋଣରେ ସେନ୍ସର

0

ହ୍ୱାଇଟ୍ ହାଉସ…ଏହା ଏକ ସାଧାରଣ ଭବନ ନୁହେଁ । ସେଠାକାର ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି ବୋଲି ଚଚ୍ଚା ହୋଇଥାଏ । ଏତେ କଡାକଡି ଯେ କୁହାଯାଏ ଗୋଟିଏ ପକ୍ଷୀ ମଧ୍ୟ ଏହା ଉପରେ ଉଡିପାରେନି । ଉକ୍ତ ସ୍ଥାନରେ ଯାତାୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଧୁନିକ ଟେକ୍ନୋଲୋଜି (ଇଓ) ମାଧ୍ୟମରେ ଚିହ୍ନଟ କରାଯାଏ ।

ଏହି ଟେକ୍ନୋଲୋଜିରେ ଲାଗିଥିବା ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଏବଂ ସେନ୍ସରଗୁଡ଼ିକ କୌଣସି ବି ଅଜଣା ବ୍ୟକ୍ତି କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଆଲର୍ଟ କରାଇଥାଏ ।


ହ୍ୱାଇଟ୍ ହାଉସକୁ ସୁରକ୍ଷିତ ରଖିବା ପାଇଁ ମୁହଁ ଚିହ୍ନଟ ପ୍ରଣାଳୀ ଏବଂ ବାୟୋମେଟ୍ରିକ୍ ସ୍କାନର ବ୍ୟବହାର କରାଯାଏ । ଏହାର ଚାରିପାଖରେ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଯେଉଁଥିରେ ତାପମାନ ସେନ୍ସର୍, ମୋସନ ଡିଟେକ୍ଟର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଉପକରଣ ଅନ୍ତର୍ଭୁକ୍ତ ।

ଏହି ସିଷ୍ଟମଗୁଡ଼ିକ ଛୋଟରୁ ଛୋଟ ଗତିବିଧିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ । ଯାହା ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସୂଚନା ପାଇପାରନ୍ତି । ସେଠାରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ମିଳିଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବହୁ ସଂଖ୍ୟରେ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି । ଏଥିରେ ମେରାଇନ୍ କମାଣ୍ଡୋଙ୍କଠାରୁ ଆରମ୍ଭ କରି ଗୁପ୍ତ ସେବା ଅଧିକାରୀ ପର୍ୟ୍ୟନ୍ତ ସମସ୍ତେ ସାମିଲ ଥାଆନ୍ତି ।