ବ୍ରହ୍ମପୁର : ବ୍ରହ୍ମପୁତ୍ର ସ୍ଥିତ ସରକାରୀ ଅତିଥି ଭବନରେ ବେଆଇନ ମଦ ବାର ଖୋଲିଥିବା ସୂଚନା ମିଳିଛି । ଏହି ଅଭିଯୋଗ ସହରବାସୀ ଓ କର୍ପୋରେଟର କରିଛନ୍ତି । ୨୦୨୦ ମସିହାରେ ମ୍ୟୁନିସିପାଲିଟି ଅତିଥି ଭବନକୁ ଲିଜ ଆକାରରେ ୫ ବର୍ଷ ପାଇଁ ଏକ ସଂସ୍ଥାକୁ ପ୍ରଦାନ କରାଯାଇଥିଲା । ବିଗତ ୪ ବର୍ଷ ମଧ୍ୟରେ ଅତିଥି ଭବନର ସ୍ଥିତାବସ୍ଥାକୁ ଭାଙ୍ଗିବା ସହ ଏକ ବାର ଖୋଲିଛନ୍ତି ଠିକ ସଂସ୍ଥା । ଗତ ୬ ମାସ ପୂର୍ବରୁ ଏହି ବାର ଖୋଲାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ ଭଳି ଅଭିଯୋଗ କରାଯାଇଛି । ଏହା ବ୍ୟତୀତ ନିକଟରେ ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଥିବାରୁ ସେହି ରାସ୍ତାଟି ଗୁରୁତ୍ୱ ବହନ କରିଛି । ତେଣୁ ସେଠାରେ ବାର ଖୋଲାଯିବ ଭୁଲ । ସୂଚନା ପାଇବା ପରେ ବ୍ରହ୍ମପୁର ମେୟର ଘଟଣାକୁ ନେଇ ତଦନ୍ତ କରାଯିବ ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।