ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ରେଖା ଗୁପ୍ତା । ତେବେ ଆପଣ ଜାଣନ୍ତି କି, କିଏ ଏହି 50 ବର୍ଷୀୟା ରେଖା ଗୁପ୍ତା ? ଆଉ କେମିତି ଆରମ୍ଭ ହୋଇଥିଲା ରେଖାଙ୍କ ରାଜନୈତିକ କ୍ୟରିୟର ?
19 ଜୁଲାଇ 1974 ମସିହାରେ ହୋଇଥିଲା ରେଖାଙ୍କ ଜନ୍ମ । ରେଖା ତାଙ୍କ ଛାତ୍ର ଜୀବନରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଏବିଭିପି, ଆଉ ଆରଏସଏସ୍ ସହ ଜଡ଼ିତ ଥିବା ରେଖାଙ୍କ ରାଜନୈତିକ ସଫର୍ ଆରମ୍ଭ ହେଇଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଣ୍ଡରରେ ଆସୁଥିବା ଦୌଲତ ରାମ କଲେଜରୁ । ଯେଉଁଠି ସେ ଏବିଭିପିରେ ପ୍ରଥମ କରି ୧୯୯୨ ମସିହାର ସାମିଲ ହେଇଥିଲେ । ତେବେ ୟା ପରେ ପରେ, ୧୯୯୬-୯୭ ମସିହାରେ ରେଖା ବନନ୍ତି, ଡିୟୁ ବା ଦିଲ୍ଲୀ ୟୁନିଭର୍ସିଟିର ପ୍ରେସିଡେଣ୍ଟ । ଯେଉଁଠି ସେ ଛାତ୍ରଙ୍କ ସହ ଜଡ଼ିତ ଅନେକ ମୁଦ୍ଦାକୁ ଉଠାଇବା ସହ, ପରବର୍ତ୍ତୀ ମୁହୂର୍ତ୍ତରେ ବନିଯାଆନ୍ତି, ବିଜେପି ଯୁବ ମୋର୍ଚ୍ଚାର ବଡ଼ ଚେହେରା । ୨୦୦୪ରୁ ୦୬ ପର୍ୟ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ସଚିବ ରୁହନ୍ତି । ଆଉ ୨୦୦୭ରେ ଉତ୍ତର ପୀତମପୁରା ଆସନରୁ ପାର୍ଷଦ ଭାବେ ନିର୍ବାଚନ ଜିତନ୍ତି ।
ସ୍ଥାନୀୟ ନିର୍ବାଚନରେ ସଫଳତା ପରେ, ବିଧାନସଭା ନିର୍ବାଚନ ଜିତିବାକୁ ମନ ବଳାନ୍ତି ରେଖା । ଏଥିପାଇଁ ଦୁଇ ଦୁଇଥର ନିର୍ବାଚନ ମଧ୍ୟ ଲଢନ୍ତି । ହେଲେ ଏଥର କିନ୍ତୁ ଫେଲ୍ ମାରନ୍ତି, ଏହି ନାରୀ ନେତ୍ରୀ । ୨୦୧୫ ଆଉ ୨୦୨୦ରେ ନିର୍ବାଚନ ହାରିଯାଆନ୍ତି ରେଖା ଗୁପ୍ତା । ହେଲେ ତଥାପି ହାର୍ ମାନନ୍ତିନି, ଲୋକଙ୍କ ସହ ଜଡିତ ହେଇ ରୁହନ୍ତି । ୨୦୨୫ରେ ଆପ୍ ପ୍ରାର୍ଥୀଙ୍କୁ ହରେଇ, ପ୍ରଥମ ଥର ପାଇଁ ବିଧାୟକ ବନନ୍ତି ।
ପ୍ରଥମଥର ବିଧାୟକ ହେଇଥିବା ରେଖା, କେବେ ବି ବୋଧହୁଏ ଭାବିନଥିବେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ମିଳିପାରେ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି, ଆଉ ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଏବଂ ଅତୀଶିଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା ।