ରାଜନେତାଙ୍କୁ ନିର୍ବାଚନରେ ଜିତେଇବା ବ୍ୟକ୍ତି : ପ୍ରଶାନ୍ତ କିଶୋର

0

ନୂଆଦିଲ୍ଲୀ : କିଏ ଏହି ପ୍ରଶାନ୍ତ କିଶୋର ଯାହାଙ୍କୁ ଭାରତର ରାଜନୀତିରେ ଚାଣକ୍ୟ କୁହାଯାଏ ଯାହାଙ୍କ ହାତ ମୁଠାରେ ନେତା ରୁହନ୍ତି ଯାହଙ୍କ ଜୀବନି ଉପରେ ଚଳଚିତ୍ର ନିର୍ମାଣ ପାଇଁ ଶାହାରୁଖ, ନେଟଫିଲ୍କସ୍ , ଡିଜ୍ନିରୁ ମଧ୍ୟ ପ୍ରସ୍ତାବ ଆସିଛି କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ । ନରେନ୍ଦ୍ର ମୋଦୀ, ଷ୍ଟାଲିନ, ପଞ୍ଜାବରେ କଂଗ୍ରେସ, ମମତା ସରକାର, କେଜିର ଓ୍ବାଲ , ଜଗନମୋହନ ରେଡ୍ଡିଙ୍କୁ ନିର୍ବାଚନ ଜିତେଇ ଥିବା ବ୍ୟକ୍ତ ହେଉଛନ୍ତି ପ୍ରଶାନ୍ତ କିଶୋର । ସେ ଯେ କୋଣସି ବିଚାରଧାରାର ରାଜନୈତିକ ଦଳର ନେତା ହୁଅନ୍ତୁ ନା କାହିଁକି ସେ ସମସ୍ତ ପାଇଁ କାମ କରିସାରିଛନ୍ତି । ସେ ଜଣେ ରାଜନୈତିକ ରଣନୀତିକାର । ୨୦୧୪ରେ ମୋଦୀଙ୍କୁ ଜିତେଇ ଥିବା ପ୍ରଶାନ୍ତ କିଶୋର ୨୦୨୧ରେ ମୋଦୀଙ୍କର ଚିର ପ୍ରତିଦ୍ୱନ୍ଦି ମମତା ବାର୍ନାଜୀଙ୍କୁ ରଣନୀତି ପ୍ରସ୍ତୁତ କରିଥିଲେ । ପ୍ରଶାନ୍ତ କିଶୋର ନିଜେ କୁହନ୍ତି ନା ସେ ଟିଭିରେ ସମାଚାର ଦେଖନ୍ତି ନା ଖବରକାଗଜ ପଢନ୍ତି ନାସେ କାହୁକୁ ଇମେଲ ଲେଖନ୍ତି ଗତ ଦଶନ୍ଧି ମଧ୍ୟରେ ସେ ଲାପଟପ ମଧ୍ୟ ବ୍ୟବହାର କରନ୍ତି ନାହିଁ । କେବଳ ମୋବାଇଲ ବ୍ୟବହାର କରନ୍ତି । ଏମିତିକି ପ୍ରଶାନ୍ତ କିଶୋରଙ୍କର ଟୁଇଟରରେ ପାଞ୍ଚ ଲକ୍ଷ ଫୋଲରର୍ସ ଅଛନ୍ତି କିନ୍ତୁ ସେ ଗତ ତିନି ବର୍ଷ ମଧ୍ୟରେ କେବଳ ୮୬ଟି ଟୁଇଟ କରିଥିଲେ ।
୨୦୨୪ରେ ବିଜେପିକୁ ହରାଇବା ଅସମ୍ଭବ ନୁହେଁ
ଭାରତରେ ସାଧାରଣ ନିର୍ବାଚନକୁ ତିନି ବର୍ଷ ବାକି ଅଛି । ପ୍ରଶାନ୍ତ କିଶୋର ଙ୍କ କହିବା ଅନୁଯାୟୀ ବିଜେପିକୁ ଯେତିକି ଶକ୍ତିଶାଳୀ ରାଜନୈତିକ ପାର୍ଟି କୁହାଯାଉଛି ତାହା ସେତିକି ନୁହେଁ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୨୦ ପ୍ରତିଶତ ଭୋଟ୍ ପାଇଛି ଏବଂ ଦଳ ମାତ୍ର ୫୨ ଟି ଆସନଜିତି ପାରିଛି । କିନ୍ତୁ ଦଳର ସଂସଦର ଉଭୟ ଗୃହରେ ପ୍ରାୟ ୧୦୦ ସାଂସଦ ଏବଂ ଦେଶର ବିଭିନ୍ନ ବିଧାନସଭାରେ ୮୮୦ ଜଣ ବିଧାୟକ ଅଛନ୍ତି। ଯାହା ଭାରତର ବିଜେପି ବିରୋଧରେ ସବୁଠାରୁ ବଡ ବିରୋଧୀ ଦଳ ରୂପେ ଉଭା ହୋଇଛି ।