ସୈଫଙ୍କୁ ଆକ୍ରମଣ କରିବାରେ ପ୍ରକୃତ ଦୋଷୀ କିଏ ? : ମିଶୁନାହିଁ ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

0

ବ୍ୟୁରୋ : ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ ଆସିଲା ବଡ ସତ୍ୟ । ସୈଫ୍ ଅଲ୍ଲୀ ଖାନ୍ଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ସାମ୍ପଲ ସହ ଅଭିଯୁକ୍ତ ଶରିଫୁଲ ରେହମାନର ଫିଙ୍ଗରପ୍ରିଣ୍ଟ ମିଶୁ ନଥିବା ସୂଚନା ମିଳିଛି ।

ମୁମ୍ବାଇ ପୋଲିସ ଜାନୁଆରୀ ୨୨ ତାରିଖରେ ଫିଙ୍ଗରପ୍ରିଣ୍ଟ ସମେତ ଅନେକ ସାମ୍ପଲ ସିଆଇଡିକୁ ଯାଞ୍ଚ ପାଇଁ ଦେଇଥିଲା। ସୈଫ୍ଙ୍କ ଉପରେ ହୋଇଥିବା ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି ।


ପ୍ରକାଶ ଯୋଗ୍ୟ ଯେ, ସୈଫ୍ ଙ୍କ ଉପରେ ଜାନୁଆରୀ ୧୫ ତାରିଖ ରାତିରେ ଆକ୍ରମଣ ହୋଇଥିଲା । ଘଟଣା କୁନେଇ ଅନେକ ଚର୍ଚ୍ଚା ଭିତରେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନହେବା ପୁଣି ଥରେ ସନ୍ଦେହ ଦ୍ୱିଗୁଣିତ କରିଛି । ବର୍ତ୍ତମାନ ସ୍ଥିତିରେ ପୋଲିସ ଭୁଲ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ତେବେ ଆକ୍ରମଣ ହେବାର ତିନି ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ହେଲେ ସେ ଅଭିଯୁକ୍ତ ନୁହଁନ୍ତି ବୋଲି ତାଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି । ଏହାରି ଭିତରେ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ।