ବଜାରରେ ଘୁରି ବୁଲୁଛି ନକଲି କୋଭିସିଲ୍ଡ ଟିକା : WHO

ବଜାରରେ ଘୁରି ବୁଲୁଛି ନକଲି କୋଭିସିଲ୍ଡ ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏଥିନେଇ ସତର୍କ କରାଇଛି ।

0

(ଦିଲ୍ଲୀ) : ବଜାରରେ ଘୁରି ବୁଲୁଛି ନକଲି କୋଭିସିଲ୍ଡ ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏଥିନେଇ ସତର୍କ କରାଇଛି । ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ ଏହି ନକଲି ଟିକା ମିଳିଛି । ନକଲି ଟିକା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ତେଣୁ ଏଭଳି ଟିକାକୁ ତୁରନ୍ତ ବଜାରରୁ ହଟାଇବା ସହ ଏହା ଉପରେ ପଦକ୍ଷେପ ନେବାକୁ ଡବ୍ଲ୍ୟୁଏଚ୍‌ଓ କହିଛି ।

ସୂଚନାନୁଯାୟୀ , ସେପଟେ ଭାରତ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘଟଣାର ତଦନ୍ତ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଭାରତରେ ୪୮ କୋଟିରୁ ଅଧିକ ଡୋଜ୍‌ର କୋଭିସିଲ୍ଡ ଟିକା ଦିଆଯାଇସାରିଛି । ତା’ଛଡା ଏସ୍‌ଆଇଆଇ ପକ୍ଷରୁ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କୁ ମଧ୍ୟ ଏହି ଟିକା ଯୋଗାଇ ଦିଆଯାଇଛି । ଭାରତ ମଧ୍ୟ କିଛି ଦେଶକୁ ମାଗଣା କୋଭିସିଲ୍ଡ ଟିକା ପ୍ରଦାନ କରିଛି ।