ଓସିଏ ସଭାପତି ପଦକୁ ନେଇ ଚର୍ଚ୍ଚା..

0

ଓଡିଶା କ୍ରିକେଟ ଆସୋସିଏସନର କିଏ ହେବ ସଭାପତି? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସଭାପତି ପଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ରଣଜିତ କ୍ରିକେଟର ତଥା ପୂର୍ବତନ କୋଚ ଲଲିିତେନ୍ଦୁ ବିଦ୍ୟାଧର ମହାପାତ୍ର ।

କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ସୁଯୋଗ ମିଳିଲେ ଓସିଏର ସଭାପତି ଦାଇତ୍ୱ ନିଶ୍ଚୟ ତୁଲାଇବେ । ବର୍ତ୍ତମାନ ସମୟରେ ଓଡିଶା କ୍ରିକେଟ ପଛରେ ରହିଛି । ଯାହାର କାରଣ କେବଳ ଖେଳାଳି ନୁହନ୍ତି ବରଂ ସମ୍ପୂର୍ଣ୍ଣ ସଂଘ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ । ତେବେ ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ ବର୍ତ୍ତମାନ ଖାଲି ପଡିଛି ସଭାପତି ପଦ ।