କାହା ସହ ଭାରତ ଖେଳିବ ସେମିଫାଇନାଲ ?

0

ଭୁବନେଶ୍ୱର; କାହା ସହ ଭାରତ ଖେଳିବ ସେମିଫାଇନାଲ । ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିସାରିଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଗ୍ରୁପ୍-ଏ ରେ କ୍ୱାଲିଫାଏ କରିଛନ୍ତି । ସେପଟେ ଗ୍ରୁପ -ବି ରେ କ୍ୱାଲିଫାଏ ଅଷ୍ଟ୍ରେଲିଆ କରିସାରିଥିବା ବେଳେ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଚତୁର୍ଥ ସେମି କ୍ବାଲିଫାୟରକୁ ବାଛିବ । ଆସନ୍ତା ୪ ତାରିଖରେ ପ୍ରଥମ ସେମି ଓ ୫ରେ ଦ୍ବିତୀୟ ସେମି ଖେଳାଯିବ ।

ତା ପୂର୍ବରୁ ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ଏଠାରେ ପ୍ରଶ୍ନ , ସେମିରେ କେଉଁ ଟିମକୁ ଭେଟିବ ଟିମ୍ ଇଣ୍ଡିଆ? ଭାରତ ଏବେ ଗ୍ରୁପ-ଏ’ରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଯଦି ନ୍ୟଜିଲାଣ୍ଡକୁ ହରାଇଦିଏ, ତେବେ ଟେବୁଲ ଟପକୁ ପହଞ୍ଚିଯିବ । ଗ୍ରୁପ-ବି’ରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରୁ ଗୋଟିଏ ଟିମ୍ ସେମିକୁ ଯିବ । ଆଫଗାନିସ୍ତାନ ସେମିରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି ।

ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ହରାଇଦିଏ, ତେବେ ଦକ୍ଷିଣ ଆଫ୍ରିକା ଗ୍ରୁପ-ବି ଟପ୍ପର ହୋଇଯିବ । ଏଭଳି ସ୍ଥିତିରେ ଭାରତ ଯଦି ନ୍ୟୁଜିଲାଣ୍ଡ ଠାରୁ ହାରିଯାଏ ତେବେ ପ୍ରଥମ ସେମିରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ହେବ । ଯଦି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଡ୍ର ହେବ, ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସେମି ଖେଳାଯିବ ।