ବିଧାନସଭାରେ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ ଦୀପାଳି :  ବାବୁ ସିଂ

0

ଭୁବନେଶ୍ୱର:  ଦୀପାଳିଙ୍କୁ  ବିଜେପିର ପ୍ରଶ୍ନ। 2 ବର୍ଷ ତଳେ ଓଡିଶାରେ କାହାର ସରକାର ଥିଲେ, କିଏ ପୋଲିସ ଲଗେଇକି ହତ୍ୟା କରିଥିଲା ନବ ଦାସଙ୍କୁ। ଉପନିର୍ବାଚନରେ ଜିତିବା ପରେ ମଧ୍ୟ ବିଧାନସଭାରେ ଦୀପାଳି ଗୋଟିଏ ଦିନ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ। ନବ ଦାସଙ୍କ ହତ୍ୟାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା  ତଦନ୍ତର ଗତି କୁଆଡେ ଗଲା। ଯଦି ଦୀପାଳି CBI  ତଦନ୍ତ ଦାବି କରି  ମୁଖ୍ୟମନ୍ତ୍ରୀଙ୍କୁ  ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖିକି ଦିୟନ୍ତି ତେବେ ରାଜ୍ୟ ସରକାର ନିଶ୍ଚିତ  ହତ୍ୟାକାରୀକୁ ଖୋଜିକି ପ୍ରକୃତ ଦୋଷୀକୁ ସର୍ବସମ୍ମୁଖକୁ ଆଣିବେ, ଏବଂ ଦୋଷୀ ଦଣ୍ଡ ପାଇବେ।ବିଜେପି ବିରୁଦ୍ଧରେ ବିଜେଡି ଭିତ୍ତିହୀନ  ବକ୍ତବ୍ୟ ରଖିଲେ। ତାକୁ ଆମେ ନିନ୍ଦା କରୁଛୁ। ବିଜେଡି ଶାସନ ସମୟରେ କହୁଥିଲେ ଆଇନ ତା ବାଟରେ ଯିବ ମାତ୍ର ସେତବେଳେ ତା ହେଉନଥିଲା।ଏବେ ଯେତେବେଳେ ଆଇନ ନିଜ ବାଟରେ ଯାଉଛି ସେତେବେଳେ ବିଜେଡି ତାକୁ ବିରୋଧ କରୁଛି। ଦୀର୍ଘ 4 ମାସ ହେବ ଝାରସୁଗୁଡାରା କିଛି ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ଜୋରଜବରଦସ୍ତ  କେଉଁଠି ଲୁଚେଇକି ରଖିଛନ୍ତି ବିଜେଡିର ନେତା । ଗୋଟିଏ ଦଳ 24 ବର୍ଷ ଶାସନ କଲାପରେ ମଧ୍ୟ ଶାସନର ମୋହ ଏ ପର୍ଯ୍ୟନ୍ତ ଛାଡି ନାହିଁ। କିଏ ଏବଂ କେଉଁ ବ୍ୟକ୍ତି ସେମାନଙ୍କୁ ଲୁଚେଇକି ରଖିଥିଲା ତାର ପର୍ଦାଫାସ ହେଉ। ଗତ 2 ଦିନ ତଳେ ଛତିଶଗଡ଼ ଠାରେ ଏକ ହୋଟେଲରେ ଯେଉଁ ସରପଞ୍ଚ ଏବଂ ସମିତିସଭ୍ୟ ରହିଥିଲେ କିଛି ଲୋକ ଅଚାନକ ସେମାନେଙ୍କୁ ଉଠେଇବାକୁ ଯାଇଥିଲେ। ପରେ ରାତି 2 ଟାରେ ନବ ଦାସଙ୍କ ପୁଅ ଗୁଣ୍ଡା ଧରି ହୋଟେଲ ଭାଙ୍ଗିବାକୁ  ଚେଷ୍ଟା କରିବା ସହ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଉଠେଇବାକୁ ଚେଷ୍ଟା କରିଥିଲେ । ଗୁଣ୍ଡାଗର୍ଦୀ କରିବା ପୂର୍ବ ସରକାରର ନୀତି ଓ ଆଦର୍ଶ ଥିଲା। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ବିଜେଡିର 24 ବର୍ଷର ଶାସନ କେବଳ ଗୁଣ୍ଡଗର୍ଦୀରେ ବିତିଛି।