କାହିଁକି ଚିଲିକାରେ ବୁଡୁଛି ଡଙ୍ଗା

0

ଚିଲିକା: ଚିଲିକାରେ ବୁଡିଲା ଡଙ୍ଗା । ରକ୍ଷା ପାଇଗଲା ୧୦ ଅମୂଲ୍ୟ ଜୀବନ । କାହିଁକି ବାରମ୍ବାର ଘଟୁଛି ଅଘଟଣ । ପ୍ରଶାସନର ଭୁଲ ନାଁ ନୈାଚାଳକର ଭୁଲ୍ । ଏଥୀପ୍ରତି କେବେ ଦୃଷ୍ଟି ଦେବ ପ୍ରଶାସନ । ଚିଲିକାରେ ଡଙ୍ଗା ବୁଡି ଘଟଣା ଏ କିଛି ନୂଆ କଥା ନୁହେଁ । ଏମିତି ବହୁଥର ଡଙ୍ଗା ବୁଡି ଅନେକଙ୍କ ଜୀବନ ଚାଲିଯାଇଛି । ସେମିତି ଗତକାଲି କାଳବୈଶାଖୀ ପ୍ରଭାବରେ ଡଙ୍ଗାବୁଡି ଯେଉଁଭଳି ଅଘଟଣ ଘଟିଗଲା । ତାହା ଥିଲା ଆଉ ଏକ ବଡ କାହାଣୀ । ଚିଲିକାର ଉବୁଡୁଟୁ ପାଣିରେ ଜୀବନ ସହ ସଂଗ୍ରାମ କରୁଥିଲେ କାଳିଜାଈଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ।

ଥଳଅଥଳ ପାଣିରେ ଚିତ୍କାର ଶୁଭୀଥିଲା ଆମକୁ ବଞ୍ଚାଅ । ସମୁଦ୍ରର ଢେଉ ଲୋକଙ୍କୁ ଦୂରଦୂରକୁ ଟାଣିନେଉଥାଏ । କିଛି ଜଣ ଲାଇଭ ଜ୍ୟାକେଟ ପିନ୍ଧିଥିଲେ ଆଉ କିଛି ଜଣ ପିନ୍ଧିନଥିଲେ । ତେବେ ଏଠି ପ୍ରଶ୍ନ କାହିଁକି ଏଭଳି ଚିଲିକାରେ ବାରମ୍ବାର ଅଘଟଣ । ଡଙ୍ଗା ବସିବା ପୂର୍ବରୁ ଡଙ୍ଗା କେତେ ସୁରକ୍ଷିତ ଅଛି, ତାହାର ଯାଚଂ ହେଉଛି କି ନାହିଁ । ଯଦି ହେଉନି ତାହାହେଲେ ଏତେ ଢିଲା ପ୍ରଶାସନ କ’ଣ ପାଇଁ, ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି । ଗତକାଲି ପୁଣି ଯେଉଁ ଅଘଟଣା ଘଟିଲା ତାହା ପାଇଁ ଦାୟୀ କିଏ? ତେବେ ଖବର ପାଇ ବାଲୁଗାଁ ଏସ୍ ଡିପିଓ ସଦଳବଦଳେ ପହଚିଂ ୧୦ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଆଉ ଜଣେ ନିଯୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ତେବେ ଉଦ୍ଧାର ହୋଇଥିବା ୧୦ ଜଣ ବାଲେଶ୍ୱର ଜିଲ୍ଲା ରେମୁଣା ଅଚଂଳର ବୋଲି ଜଣାପଡିଛି । ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି, ବାଲୁଗାଁ କୋଦପୁର ଗ୍ରାମର ଅଟନ୍ତି ।ଏହାରି ପୂର୍ବରୁ ଚିଲିକାରେ କାଳବୈଶାଖୀ ପ୍ରଭାବରେ ଅନେକ ଘଟଣା ଘଟିଯାଇଛି । ୨/୦୨/୨୦୨୦ କଥ ଦେଖନ୍ତୁ କିମ୍ବା ୧୬/୦୬/୨୦୧୮ ର ଦୃଶ୍ୟ ମନେ ପଡିଗଲେ ଛାତି ଭିତରଟି ଥରି ଉଠେ। ୨୦୨୦ ମସିହା ଡଙ୍ଗା ବୁଡି ଘଟଣା ଯଦି କୁହାଯାଏ ତେବେ କେହି ମୃତ ହୋଇନଥିଲେ ମଧ୍ୟ ୩୦ଜଣ ଆହାତ ହୋଇଥିଲ ଏବଂ ସବୁ ସ୍ଥାନୀୟ ଲୋକଥିଲେ।

ଠିକ୍ ସେହିପରି ୧୬/୦୬/୨୦୧୮ ଶେଷ ରଜ ଦିନ ନୟାଗଡ ଅଞ୍ଚଳରୁ ଚିଲିକା କାଳିଜାଇ ଦର୍ଶନରେ ଆସିଥିବା ୧୬ଜଣ ଯାତ୍ରୀଙ୍କ ଉପରେ ପଡିଥିଲା କାଳବୈଶାଖିର ପ୍ରଭାବ। ଫଳରେ ୮ଜଣଙ୍କ ପ୍ରାଣହାନୀ ହୋଇଥିଲା। କୋଉ ମା ନିଜର ପୁଅକୁ ହରେଇ ବାହୁନି ବାହୁନି କାନ୍ଦୁଥିବାବେଳେ କାହା ସ୍ଵାମୀ ନିଜ ସ୍ତ୍ରୀକୁ ହରେଇ ବାହୁନି ବାହୁନି କାନ୍ଦୁଥିଲେ। କିନ୍ତୁ ପ୍ରଭୁଙ୍କ ଅପାର କୃପାରୁ ଗତକାଲି ଘଟିଥିବା ଘଟଣାରେ ସମ୍ପୁର୍ଣ୍ଣ ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ଜଣଙ୍କ ପତ୍ତା ମିଳୁନାହିଁ। ବାଲୁଗାଁ ରେ ସମସ୍ତ ଡଙ୍ଗା ଆସୋସିଏସନର କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଆଜି ସକାଳେ ଖାଲି ହାତରେ ଫେରିଥିବାବେଳେ ଭାରତୀୟ ନୌସେନା ପକ୍ଷରୁ ସର୍ଚିଙ୍ଗ୍ ପ୍ରକିୟା ଜାରି ରହିଚି।