କାହିଁକି ଶ୍ରାବଣ ମାସରେ ଆମିଷ ଖାଆନ୍ତି ନାହିଁ ଲୋକେ, ଜାଣନ୍ତୁ କାରଣ…

0

ଭୁବନେଶ୍ଵର: ଭଗବାନ ଶିବଙ୍କ ଶ୍ରାବଣ ମାସ ଆସନ୍ତା ୧୧ତାରିଖରୁ ଆରମ୍ଭ ହେଉଛି। ଆସନ୍ତା ୧୪ ତାରିଖରେ ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଲୋକମାନେ ନିଜ ନିଜ ଶୈଳୀରେ ଶିବଙ୍କୁ ପୂଜା ଆରଧନା କରନ୍ତି। ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ। ଏହି ମାସରେ ଭଗବାନ ଶିବଙ୍କର ଅନେକ ପୂଜା ଅର୍ଚ୍ଚନା କରାଯାଇଥାଏ। ବର୍ଷସାରା ଶିବଭକ୍ତଙ୍କୁ ଯେଉଁ ଗୋଟେ ମାସର ଅପେକ୍ଷା ରହିଥାଏ ସେ ହେଲା ଶ୍ରାବଣ ମାସ । ଶ୍ରାବଣର ମାସ ଶିବଙ୍କୁ ବହୁତ ପ୍ରିୟ ହୋଇଥାଏ । ପୌରାଣିକ କଥା ଅନୁସାରେ ଶ୍ରାବଣର ମାସରେ ଭଗବାନ ଭୋଳାନାଥ ପୃଥିବୀକୁ ଆସନ୍ତି । ଶ୍ରାବଣ ମାସରେ ଭଗବାନ ଶିବଙ୍କର କୌଣସି ଭକ୍ତ ଆମିଷ ସେବନ କରନ୍ତି ନାହିଁ। କିନ୍ତୁ କାହିଁକି, ଏହାର ପଛର କାରଣ କଣ ରହିିଛି ଆସନ୍ତୁ ଜାଣିବା।

ବିଶ୍ୱାସ ଅଛି କି ଏହି ମାସରେ ଆମିଷ ଭକ୍ଷଣ ନକରି ଭଗବାନ ଶିବଙ୍କର ଲିଙ୍ଗ ଉପରେ ପାଣି ଭାର ନେଇ ଢାଳିବା ଫଳରେ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ। ଏହା ସହିତ ଭଗବାନ ଶିବ ନିଜର ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି। ତେବେ ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ଆମିଷ ଠାରୁ ସମ୍ପୂର୍ଣ୍ଣ ରୂପରେ ନିଜକୁ ଦୂରେଇ ରଖିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପରମ୍ପରା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ପୌରାଣିକ ମତ ଅନୁସାରେ, ଶିବ ପୁରାଣରେ ଭଗବାନ ଶିବ ନିଜେ ମାତା ପାର୍ବତୀଙ୍କୁ କହିଛନ୍ତି ଯେ ଭକ୍ତଙ୍କୁ ସେ ବହୁତ ପସନ୍ଦ କରନ୍ତି, କିନ୍ତୁ ସେ ମାଂସ ଖାଉଥିବା କିମ୍ବା ମଦ୍ୟପାନ କରୁଥିବା ଭକ୍ତଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ସ୍କନ୍ଦ ପୁରାଣରେ ମଧ୍ୟ ଶିବ ଭକ୍ତଙ୍କ ପାଇଁ ଖାଇବା ପିଇବାର ସମାନ ନିୟମ ରହିଛି। ଏଥିରେ ରୁଦ୍ରକୃଷ୍ଣ ଅର୍ଥାତ୍ ଶିବ ଭକ୍ତମାନଙ୍କୁ ମାଛ, ମାଂସ ଏବଂ ମଦ ଖାଇବାକୁ ବାରଣ କରାଯାଇଛି। ଏହି ଖାଦ୍ୟ ଶିବ ଭକ୍ତି ପାଇଁ ନିଷେଧ।

ସେହିପରି ବୈଜ୍ଞାନିକ ମତାନୁସାରେ, ସାଧାରଣତଃ ବର୍ଷାଦିନେ ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଶ୍ରାବଣ ମାସରେ ବର୍ଷା ପାଗରେ ଆର୍ଦ୍ରତା ଅଧିକ ରହିଥାଏ ଯାହା ଆମ ଶରୀର ଏବଂ ହଜମ ପ୍ରକ୍ରିୟାୟକୁ ପ୍ରଭାବିତ କରିଥାଏ । ନିରାମିଷ ତୁଳନାରେ ଆମିଷ ଅଧିକ ସମୟ ନେଇ ଥାଏ ହଜମ ହେବା ପାଇଁ ଏହି କାରଣରୁ ଆମିଷ ଖାଦ୍ୟ ଅନ୍ତନଳୀରେ ରହି ପଚିବା ଆରମ୍ଭ କରିଥାଏ । ଯାହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସାଧାରଣତଃ ବର୍ଷାଦିନେ ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଶ୍ରାବଣ ମାସରେ ବର୍ଷା ପାଗରେ ଆର୍ଦ୍ରତା ଅଧିକ ରହିଥାଏ ଯାହା ଆମ ଶରୀର ଏବଂ ହଜମ ପ୍ରକ୍ରିୟାୟକୁ ପ୍ରଭାବିତ କରିଥାଏ । ନିରାମିଷ ତୁଳନାରେ ଆମିଷ ଅଧିକ ସମୟ ନେଇ ଥାଏ ହଜମ ହେବା ପାଇଁ ଏହି କାରଣରୁ ଆମିଷ ଖାଦ୍ୟ ଅନ୍ତନଳୀରେ ରହି ପଚିବା ଆରମ୍ଭ କରିଥାଏ । ଯାହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।