(ଅନୁସ୍ୱୟା)ଭୁବନେଶ୍ୱର: ଚିର ଦିନ ପାଇଁ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି ସୁଷମା ସ୍ୱରାଜ। ତାଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ ହୋଇଛି। ତେବେ ସୁଷମା ରାଜନୀତି କ୍ୟାରିୟର ଠାରୁ ଆରମ୍ଭ କରି ନିଜର ପର୍ସନାଲିଟିରେ ଅନ୍ୟମାନଙ୍କୁ ପଛରେ ପକାଇ ଦେଇଥିଲେ।ସୁଷମା ସର୍ବଦା ଫିଟ୍ ଓ ଭଲ ପୋଷାକ ପରିଧାନ କରିବାକୁ ଭଲ ପାଉଥିଲେ। ସେ ପ୍ରତିଦିନ ଭିନ୍ନଭିନ୍ନ ରଙ୍ଗର ଶାଢ଼ି ଓ ଜ୍ୟାକେଟ୍ ମଧ୍ୟ ପିନ୍ଧୁଥିଲେ। ସୁଷମା ଦିନ ବଦଳିବା ସହ ତାଙ୍କ ଶାଢ଼ି ଓ ଜ୍ୟାକେଟ୍ର ରଙ୍ଗ ମଧ୍ୟ ବଦଳାଉଥିଲେ। ସୋମବାର ସୁଷମା ଧଳା କିମ୍ବା କ୍ରିମ ରଙ୍ଗର ଶାଢ଼ି ପିନ୍ଧୁଥିଲେ। ମଙ୍ଗଳବାର ନାଲି କିମ୍ବା ମରୁନ୍ ରଙ୍ଗର ଶାଢ଼ି ପିନ୍ଧିବାକୁ ଭଲ ପାଉଥିଲେ ସୁଷମା। ସେହିପରି ବୁଧବାର ନୀଳ ରଙ୍ଗ, ଗୁରୁବାର ହଳଦିଆ, ଶୁକ୍ରବାର ପର୍ପଲ ଓ ଶନିବାର ବ୍ଲୁ ରଙ୍ଗର ଶାଢ଼ି ପିନ୍ଧୁଥିଲେ। ରବିବାର ଛୁଟି ଥିବାରୁ ସେ ନିଜ ଇଚ୍ଛା ଅନୁସାରେ ଶାଢ଼ି ପିନ୍ଧନ୍ତି। ଏଭଳି ଭିନ୍ନ ରଙ୍ଗର ଶାଢ଼ି ପିନ୍ଧିବା ପଛରେ କୌଣସି ଅନ୍ଧବିଶ୍ୱାସ ନାହିଁ ବୋଲି ୨୦୦୯ରେ ହିଁ ସୁଷମା ସ୍ପଷ୍ଟ କରିଥିଲେ। ଆଜି ବୁଧବାର ହୋଇଥିବାରୁ ସୁଷମା ତାଙ୍କ ଅନ୍ତିମ ଯାତ୍ରା ବେଳେ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିଲେ।