(ଖଗେଶ୍ୱର ପିଙ୍ଗୁଆ) ପାଲଲହଡା: ସରକାର ଗରିବ, ଅସହାୟ, ବିଧବାଙ୍କ ପାଇଁ ବିଭିନ୍ନ ଯୋଜନା କରିବାକୁ ନେଇ ଡିଣ୍ଡିମ ପୁଟୁଥିବା ବେଳେ କିନ୍ତୁ ଅସହାୟ ମଣିଷ ପାଖରେ ସରକାରୀ ଯୋଜନା ଦିବା ସ୍ୱପ୍ନ । ମଣିଷର ମୌଳିକ ଆବଶ୍ୟକତାରେ ବାସଗୃହ ଥିବା ବେଳେ ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ମୁଣ୍ଡରୀବେଡା ପଞ୍ଚାୟତର ମୁଣ୍ଡରୀବେଡା ଗାଁର ଦୁହିତା ସାହୁ, ରେଖା ସାହୁ, ବିଳାସ ସାହୁଙ୍କ ଦୁଃଖ କହିଲେ ସରିବନାହିଁ । ଏହି ତିନିଜଣ ଗୋଟିଏ ପରିବାର । ଗତ ବାତ୍ୟାରେ ସେମାନଙ୍କ ଘର ମାଟିରେ ମିଶିଗଲା । ସୌଭାଗ୍ୟବଶତଃ ଏମାନେ ବାହାରେ ଥିଲେ । ନୋହିଲେ ହୁଏତ ସମସ୍ତେ ଆରପାରିକୁ ଟିକେଟ କାଟିଥାନ୍ତେ ।
ଘର ଖଣ୍ଡକ ଯିବା ପରେ ୩ ଜଣ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ସେମାନଙ୍କ ଅବସ୍ଥାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି । ଅସହାୟ ହୋଇପଡିଛନ୍ତି ଏହି ୩ ଜଣ । ତେଣୁ ଶେଷରେ ଗଣମାଧ୍ୟମ ନିକଟରେ ନିଜ ଗୁହାରୀ କରିବାକୁ ବାଧ୍ୟ ହେଉଛନ୍ତି କି, କାଳେ ସରକାରଙ୍କ କାନରେ ପଡିବ ସେମାନଙ୍କ ଦୁଃଖ । ଦୂର ହେବ ସେମାନଙ୍କ ଦୁର୍ଦ୍ଦଶା ।