ସ୍ତ୍ରୀ ପ୍ରେମିକ ସହ ଫେରାର; ସହି ନ ପାରି ଆତ୍ମହତ୍ୟା କଲେ ସ୍ୱାମୀ

0

ଅନୁଗୋଳ/ ସୁଧାକର ସାହୁ: ପ୍ରେମିକ ସହ ସ୍ତ୍ରୀ ଫେରାର ହେବାରୁ ଆତ୍ମହତ୍ୟା କଲା ସ୍ୱାମୀ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ସ୍ତ୍ରୀ ପ୍ରେମିକ ସହ ଫେରାର ହୋଇ ଯିବାକୁ ସହି ନପାରି ସ୍ୱାମି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ତେବେ ଆତ୍ମହତ୍ୟା କରିଥିବ ଯୁବକ ଜଣଙ୍କ ହେଲେ ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ । ମିଳିଥିବା ସୂଚନାନୁସାରେ ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗ୍ରାମର ବିନୋଦିନି ପ୍ରଧାନଙ୍କୁ ୧୦ ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିବା ବେଳେ ତାଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ତେବେ ୨ ବର୍ଷ ତଳେ ଛେଣ୍ତିପଦା ଥାନା ଡାହିବର ଗ୍ରାମର ବାଲା ବେହେରାଙ୍କ ପୁଅ ବାପି ବେହେରାଙ୍କ ସହିତ କୃଷ୍ଣଚନ୍ଦ୍ରଙ୍କ ବନ୍ଧୁତା ହୋଇ ଥିବା ବେଳେ ଅନେକ ସମୟରେ ବାପି କୃଷ୍ଣଚନ୍ଦ୍ରଙ୍କ ଘରକୁ ଯିବା ଆସିବା କରିବା ସମୟରେ ବାପିଙ୍କର କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏମିତିକି ଅନେକ ଥର ସ୍ତ୍ରୀ ବାପିଙ୍କ ସହିତ ଅସଞ୍ଜତ ଅବସ୍ତାରେ ସ୍ୱାମି କୃଷ୍ଣଚନ୍ଦ୍ରଙ୍କ ପାଖରେ ଧରା ମଧ୍ୟ ପଡିଥିବା ବେଳେ, ଗତ ୧୬ ତାରିଖ ସନ୍ଧ୍ୟା ୭ଟା ସମୟରେ ସ୍ତ୍ରୀ ବିନୋଦିନି ପ୍ରେମିକ ବାପି ସହିତ ଫେରାର ହୋଇ ଜାଇଥିବା ବେଳେ ସେହି ରାତି ସ୍ୱାମି କୃଷ୍ଣଚନ୍ଦ୍ର ଫିନାଇଲ ପିଇ ଅତ୍ମହତ୍ୟା ଉଦ୍ୟମ କରିଥିଲେ ଏହା ଦେଖି ପରିବାର ଲୋକେ ତୁରନ୍ତ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ କୃଷ୍ଣଚନ୍ଦ୍ରଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ।ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଛି ,ତେବେ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଶବ ସତ୍କାର କରିବା ପରେ ମଧ୍ୟ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି।ତେବେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକୋର ଛାୟା ଖେଳି ଯାଇଥିବା ବେଳର ଏଭଲି ଘଟଣା ଛେଣ୍ତିପଦା ଅଞ୍ଚଳରେ ଚର୍ଚାର ବିଷୟ ପଲୋଟିଛି।