ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ନିମନ୍ତେ ଖେଳାଳିଙ୍କ ପାଇଁ ଭେନ୍ୟୁ ଚୂଡ଼ାନ୍ତ ହୋଇଛି। ଖେଳାଳିମାନେ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ରହିବେ। ଭଳିକି ଭଳି ପୃଷ୍ଟିକର ଖାଦ୍ୟ ଖାଇବେ। ଏଥିନିମନ୍ତେ ହୋଟେଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏନେଇ ମେ’ ଫେୟାର ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛନ୍ତି ଡିସିପି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଜର ରଖିବେ ଯେପରିକି ହୋଟେଲ ରେ ଖେଳାଳି ଆସିବା, ରହଣି, ନେଟ ପ୍ରାକ୍ଟିସ ନିମନ୍ତେ ଯାତାୟାତ ବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ୨୧ ପ୍ଲାଟୁନ ଫୋର୍ସଙ୍କ କଡର୍ନ ଭିତରେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଏଠାରେ ରହିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।