ପରଲୋକରେ ଡ୍ୟାନ୍ସର ଅସ୍ତାଦ୍ ଦେବ

0

ନୂଆଦିଲ୍ଲୀ- ପ୍ରସିଦ୍ଧ ଡାନ୍ସର ଅସ୍ତାଦ ଦେବୁ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ।ସେ ୧୯୪୭ ମସିହା ଜୁଲାଇ ୧୩ ରେ ଗୁଜୁରାଟର ନବସାରୀରେ ସେ ଜନ୍ମଗ୍ରହଣ କରିଥିଲେ । କିଛି ଦିନ ହେବ ସେ ଅସୁସ୍ଥ ହୋଇ ଥିଲେ । ମୁମ୍ବାଇରେ ଥିବା ତାଙ୍କ ନିଜ ଘରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁସୂଚନା ମିଳିଛି ।
ଏହା ସହିତ ସେମାନେ ମଧ୍ୟ କହିଛନ୍ତି , କଳା ପ୍ରତି ତାଙ୍କର ସମର୍ପଣ କାରଣରୁ ସେ ହଜାର ହଜାର ଦର୍ଶକ,ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପରିବାର,ସାଙ୍ଗସାଥି,ଦେଶ,ଦୁନଆଁରେ ଶାସ୍ତ୍ରୀୟ ଏବଂ ଆଧୁନିକ ନୃତ୍ୟ ପାଇଁ ସେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଗଲେ । ଇଶ୍ୱର ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ । ତାଙ୍କର ଅନୁପସ୍ଥିତି ଆମକୁ ସବୁବେଳେ ଅନୁଭବ ହେବ ।

Edit by sanjulata sahoo