ମହାକାଶରୁ ଫେରିବେ କି ସୁନୀତା ୱିଲିୟମସ ?

0

ଭୁବନେଶ୍ୱର; ମହାକାଶରୁ ଫେରିବେ କି ସୁନୀତା ୱିଲିୟମସ । ଫେରାଇବାକୁ ଆଣିବାକୁ ଚାଲିଛି ଉଦ୍ୟମ । ଆମେରିକା ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସଏକ୍ସର ସିଇଓ ଏଲନ୍ ଦାୟିତ୍ୱ ଦେଇଛନ୍ତି । ୨ ମହାକାଶ ବୈଜ୍ଞାନିକଙ୍କୁ ଫେରାଇ ଆଣିବାକୁ ଏଲନ୍ ମସ୍କଙ୍କୁ କହିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତବର୍ଷ ଜୁନ୍ରୁ ମହାକାଶରେ ଫସି ରହିଛନ୍ତି ଆମେରିକା ରାଷ୍ଟ୍ରପତି କହିଛନ୍ତି, ୨ ଜଣଙ୍କୁ ବାଇଡେନ୍ ପ୍ରଶାସନ ମହାକାଶରେ ଛାଡି ଦେଇଥିଲା । ମହାକାଶ ଷ୍ଟେସନ୍ରେ ଅନେକ ମାସ ହେଲା ସେମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବେ ବୋଲିକହିଛନ୍ତି ଏଲନ୍ ମସ୍କ । ଗତ ବର୍ଷ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ । ଏହାର ଗୋଟିଏ ସପ୍ତାହ ପରେ ସେ ଫେରିବାର ଥିଲା । ହେଲେ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସୁନୀତା ୱିଲୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଫସି ରହିଛନ୍ତି ।