ଭୁବନେଶ୍ୱର:କଂଗ୍ରେସରେ ଯୋଗଦେବା ପରେ ଆଜି ଦିଲ୍ଲୀରୁ ଫେରି କଂଗ୍ରେସ ଭବନ ରେ ପଂହଁଚିଲେ ବିଜୟ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ରେ ଯୋଗ ଦେବାର କାରଣ କହିଲେ ବିଜୟ । ନିଷ୍ଠା ପର କର୍ମୀ ଭାବରେ କଂଗ୍ରେସ ରେ କାର୍ଯ୍ୟ କରିବି । ମୁଁ ରାଜନୀତି ରେ ଯୋଗଦେବା କାରଣ ହେଲା ଓଡ଼ିଶାରେ ଶାସନ ଓ ପ୍ରଶାସନ ଯେଉଁଠି ପଂହଁଚିଛି ଦେଖିବା ସମ୍ଭବ ପର ନୁହଁ । ଜନ ସାଧାରଣ ଭୋଟ ଦିଅନ୍ତି ଆଜି ସେମାନଙ୍କ ଅସୁବିଧା ହେଲେ କାହାକୁ କହିବେ ବିଧାୟକ ପାଖକୁ ଗଲେ କହୁଛନ୍ତି ଆମ ହାତରେ କିଛି ନାହିଁ । ମନ୍ତ୍ରୀ ପାଖକୁ ଗଲେ କହୁଛନ୍ତି ଆମ ହାତରେ କିଛି ନାହିଁ । ତୃତୀୟ ମହଲା ପାଖରେ ସବୁ କ୍ଷମତା ରହୁଛି… ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ମନା । ରୁଦ୍ଧ ଦ୍ଵାର ବ୍ୟବସ୍ଥା ରହିବା ଅନୁଚିତ୍। ଦୁର୍ନୀତି ବଢୁଛି। ଛୋଟ କର୍ମଚାରୀ ଧରାପଡ଼ିଛନ୍ତି, ବଡ ବଡିଆ ଖସି ଯାଉଛନ୍ତି । ।ଓଡ଼ିଶାରେ ନିଯୁକ୍ତିର ଅଭାବ । ଓଡ଼ିଶାର କେତେ ଲୋକ ଦାଦନ ଖଟୁଛନ୍ତି ସରକାର ଙ୍କ ପାଖରେ ତଥ୍ୟ ଅଛି କି ? ଏ ଅବସ୍ଥାରେ ପରିବର୍ତ୍ତନ ହେବା ଦରକାର…କେବଳ କଂଗ୍ରେସ ପାଖରେ ହିଁ ଅଛି ମୋର ରାଜନ୍ୟତିକ ଭବିଷ୍ୟତ ରହିଛି । ନବ ଦାସ ହତ୍ୟା କାଣ୍ଡ ସମ୍ପର୍କ ରେ ଦେଲେ ପ୍ରତିକ୍ରିୟା… ଏହା ଲଜ୍ୟାକର ବିଷୟ । ନବ ଙ୍କୁ ବୋଧେ ଗୋପାଳ ମାରିନାହିଁ… ପଛରେ ଆଉ କାହାର ହାତ । ରାଜନୈତିକ ଉଦ୍ଦେଶ୍ୟ ଅଛି। ତଦନ୍ତ ଠିକ୍ ଭାବେ ହେଲେ ଜଣା ପଡ଼ିବ।ରାଜ୍ୟରେ 5T କେବଳ ସ୍ଲୋଗାନ। Transparency କାହିଁ। ସବୁ ବିଭାଗ ଯଦି ଠିକ୍ ଭାବେ କାମ କରିବେ ତାହାଲେ 5T ବିଭାଗ ର ଆବଶ୍ୟକତା କେଉଁଠି।ଅମଲା ବ୍ୟବସ୍ଥା ର ପରିବର୍ତ୍ତନ ହେବା ଆବଶ୍ୟକ।