(ଶିଳାସ୍ମିତା ରାୟ) ଭୁବନେଶର: ରବିବାର ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପଡିଆରେ ଟି-୨୦ ଶୃଙ୍ଖଳାର ଅଭିଯାନ ଆରମ୍ଭ ହେବ। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍ରେ ରବିବାର ସନ୍ଧ୍ୟା ୭ଟାରେ ଖେଳା ଯିବ। ଅଧିନାୟକ ବିରାଟ କୋହଲି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଶନିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଟିମ୍ ଇଣ୍ଡିଆ ନିଜ ଯୋଜନା ଅନୁସାରେ ପଡ଼ିଆରେ ରଣନୀତି ପ୍ରସ୍ତୁତ କରୁଛି।
କୋହଲି ନିଜ ଟିମ୍ ବାବଦରେ କହିଛନ୍ତି, ଆମକୁ ଆମର ରଣନୀତି ନେଇ ଖେଳିବାକୁ ପଡିବ। ଯେଭଳି ଭାବେ ଆମେ ବିଦେଶୀ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିଥିଲୁ, ସେହିଭଳି ଏବେ ଆମେ ଯୋଜନା ଅନୁସାରେ ଖେଳିବୁ। ବିଗତ ୨ରୁ ୩ ବର୍ଷ ମଧ୍ୟରେ ଆମେ ବିଶ୍ୱର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଟିମ୍ ହୋଇପାରିଛୁ। ଏହି କାରଣରୁ ଆମେ ମ୍ୟାଚ ଜିତିବାକୁ ଚାହିଁବୁ।
ବିରାଟ କୋହଲି ୱେଷ୍ଟଇଣ୍ଡିଜ ଟେଷ୍ଟ ଶୃଙ୍ଖଳାରେ ଶେଷ ମୁକାବିଲା ଜିତି ବିଦେଶରେ ଟିମ୍ ଇଣ୍ଡିଆରର ସବୁଠାରୁ ସଫଳ ଅଧିନାୟକ ଭାବେ ଅଭିଜ୍ଞତା ହାସଲ କରିଛନ୍ତି। କାରଣ ସେ ବିଦେଶ ମାଟିରେ ସର୍ବାଧିକ ୨୮ଟି ଟେଷ୍ଟ ମ୍ୟାଚ ଜିତିଛନ୍ତି। ଏହି ମାମଲାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୭ଟି ମ୍ୟାଚ୍ ଜିତିଥିଲେ।