ରାଜ୍ୟରେ କମୁଛି ଶୀତ,ମାଡିବ କୁହୁଡି

0

ଭୁବନେଶ୍ୱର: ରାଜ୍ୟରେ ଶୀତ ବଦଳରେ ମାଡି ଚାଲିଛି କୁହୁଡି । ଗୁରୁଚାପ ବଳୟ ରାଜ୍ୟର ଉପକୂଳ ପାଖଆଖରେ ସକ୍ରିୟ ଥିବାରୁ ତାର ପ୍ରଭାବରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କୁହୁଡି ବଢିବ ବୋଲି ପୂର୍ବାନୁମାନ କରିଛି । ସୂଚନା ଅନୂଯାୟୀ ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କନ୍ଧମାଳ ଏବଂ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହେବାର ଆଶଙ୍କା ରହିଛି । ୫ ଦିନ ଯାଏଁ ରାଜ୍ୟରେ ଏବେ ପାଗ ଶୁଖିଲା ରହିବ। ସାମୁଦ୍ରିକ ବାୟୁର ପ୍ରଭାବ ଅଳ୍ପ ଥିବାରୁ ରାତି ତାପମାତ୍ରା ଅଧିକ ହୋଇପାରେ । ଫଳରେ ୩ରୁ ୪ ଦିନ ଯାଏ ଶୀତର ବିଶେଷ ପ୍ରଭାବ ରହିବନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେଥିଲାଗି ଆଜି ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଘନ କୁହୁଡ଼ିର ଚାଦରରରେ ରାସ୍ତାଘାଟ ସବୁ ଆଛାଦିତ ହୋଇ ରହିଥିଲା। ଫଳରେ ଗମନାଗମନରେ ବାଧା ଉପୁଜିଥିଲା । ରାସ୍ତାରେ ଯିବା ବେଳେ ଗାଡ଼ି ଚାଳକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।