ନୂଆଦିଲ୍ଲୀ: ନଭେମ୍ବର ୨୫ ରୁ ଅର୍ଥାତ ଆସନ୍ତାକାଲି ଠାରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତ କାଳିନ ଅଧିାବେଶନ । ଶୀତ ଅଧିବେଶନ ପୂର୍ବରୁ ଆଜି ବସିଯାଇଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ୱରେ ସଂସଦ ଭବନରେ ଆଜି ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିରୋଧୀ କଂଗ୍ରେସ ଯୋଗ ଦେବା ସହିତ ଆଦାନୀ ଗୃପ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା ପାଇଁ ଦୃଢ ଦାବି କରିଛି । ଏଥି ସହିତ ମଣିପୁର ହିଂସା , ଉତ୍ତର ଭାରତରେ ପ୍ରଦୂଷଣ ଏବଂ ଟେନ ଦୁର୍ଘଟଣା ସଂକ୍ରାନ୍ତରେ ଅଧିବେଶନରେ ଆଲୋଚନା ପାଇଁ ଦାବି କରାଯାଇଛି । ତେବେ ଅସନ୍ତା ୨୫ ତାରିଖ ଠାରୁ ସଂସଦର ଶୀତକାଳୀନ ଅଧିାବଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।