ସରଳ ଉପାୟରେ ପୂରଣ ହେବ ମନସ୍କାମନା

0

ବ୍ୟୁରୋ : ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପ୍ରିୟ ମାସ । ତେବେ ଭଗବାନଙ୍କୁ ପ୍ରସନ୍ନ କରିବାର କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ । ଏହି ଉପାୟ ଦ୍ୱାରା ମନସ୍କାମନା ପୂରଣ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ତମ୍ବାର ଏକ କଳସରେ ଜଳରେ ଗଙ୍ଗାଜଳ ମିଶାଇ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ଏହି ସମୟରେ ମନ୍ତ୍ର ଜପ କରନ୍ତୁ ।

ଧିରେ ଧିରେ ଏକ ଧାରାରେ ଜଳ ଅର୍ପଣ କରନ୍ତୁ । ଅଖଣ୍ଡିତ ବେଲପତ୍ରରେ ଚନ୍ଦନ ତିଳକ ଲଗାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ବେଲପତ୍ର, ଦୁଦୁରା ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ଶିବ ମନ୍ଦିରରେ ଘିଅ ଦୀପ ଲଗାଇବା ସହ ୧୦୮ ଥର ଶିବ ମନ୍ତ୍ରର ଜପ କରନ୍ତୁ । କ୍ଷୀର,ମହୁ ମଧ୍ୟ ପ୍ରଭୁଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ । ଅସହାୟଙ୍କୁ ଭୋଜନ ଓ ବସ୍ତ୍ର ଦାନ କରନ୍ତୁ |