ବାଲୁକା କଳା ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କ ଆରୋଗ୍ୟ କାମନା

0

(ଗୋପ /ଜୟନ୍ତ କୁମାର ସେଠି) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ବଡ଼ ପଡିନି କ୍ରିକେଟ ଜଗତ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏବେ ନିକଟରେ କୋଭିଡ ସଂକ୍ରମଣ ହୋଇଥିଲେ । ପରେ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଛନ୍ତି। ଏହି ଖବର ମିଳିବା ପରେ ସଚିନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସଚୀନଙ୍କ ଫ୍ୟାନମାନେ । ତେବେ ଏନେଇ ପୁରୀରେ ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନଟିଏ ତିଆରି କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସଚିନ ଙ୍କୁ ଶୀଘ୍ର ଭଲ କରି ଦିଅନ୍ତୁ ବୋଲି ସେ ଏହି ସ୍ୟାଣ୍ଡ ଆନିମେସନରେ ବାର୍ତ୍ତା ଦେଇଛନ୍ତି ।