ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨,୫୮,୦୮୯ଟି ସଂକ୍ରମିତ ଚିନ୍ହଟ 

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର ଚୁତର୍ଥ ଦିନରେ ଆଜି ୨.୫ ଲକ୍ଷରୁ  ଅଧିକ ମାମଲା ରେକର୍ଡ଼ ହୋଇଛି।

0

(ଦିଲ୍ଲୀ) : ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର ଚୁତର୍ଥ ଦିନରେ ଆଜି ୨.୫ ଲକ୍ଷରୁ  ଅଧିକ ମାମଲା ରେକର୍ଡ଼ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨,୫୮,୦୮୯ଟି ସଂକ୍ରମିତ ଚିନ୍ହଟ ଆସିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୮୫ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ସକ୍ରିୟ ମାମଲା ୧୬ ଲକ୍ଷ (୧୬,୫୬,୩୪୧) ଅତିକ୍ରମ କରିଛି।

 

ସୂଚନାନୁଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୧ ହଜାର ୭୪୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୯.୬୫ ପ୍ରତିଶତ ରହିଛି। ଦେଶରେ କୋଭିଡରୁ  ସୁସ୍ଥ ହାର ୯୫ ପ୍ରତିଶତରୁ ଅଧିକ ରହିଛି। ଏପର୍ଯ୍ୟନ୍ତ ଦେଶରେ ୧୫୭.୨୦ କୋଟି ଟିକା ଦିଆଯାଇଛି।  ସାପ୍ତାହିକ ସଂକ୍ରମଣ ହାର ୧୪.୪୧ ପ୍ରତିଶତ ରହିଛି।  ରବିବାର ୧୩,୧୩,୪୪୪ଟିଟି ସାମ୍ପୁଲ ପରୀକ୍ଷା କରାଯାଥିଲା। ଦେଶରେ କରୋନାର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ୍ କେସ୍ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ  ୮୨୦୯ଟି  ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ କ୍ଷେତ୍ରରେ ୬.୦୨ ପ୍ରତିଶତ ବୃଦ୍ଧି ଘଟିଛି।