ପୁଣେ: ଦୁନିଆର ଅନେକ ସ୍ଥାନରେ ଅନେକ ଗୁଡିଏ ପ୍ୟାଲେସ ରହିଛି, ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେବେ ନିକଟରେ କେକ୍ ମାଧ୍ୟମରେ ଏକ ସୁନ୍ଦର ପ୍ୟାଲେସ ଡ଼ିଜାଇନ୍ ବନାଇ ପୁଣେର ଜଣେ ମହିଳା ଏବେ ବିଶ୍ୱ ରେକର୍ଡ଼ କରିଛନ୍ତି ।
୩୭ ବର୍ଷୀୟା ପ୍ରାଚୀ ଧବଲ ଦେବ । ପେସାରେ ସେ ଜଣେ କେକ୍ ଆର୍ଟିଷ୍ଟ । ନିକଟରେ ସେ ଏକ ସୁନ୍ଦର ପ୍ୟାଲେସ୍ର ଡ଼ିଜାଇନ୍କୁ କେକ୍ରେ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଲମ୍ବ ୧୦ ଫୁଟ ୧ ଇଞ୍ଚ ଥିବାବେଳେ ଉଚ୍ଚତା ୪ ଫୁଟ ୭ ଇଞ୍ଚ ଏବଂ ମୋଟେଇ ୩ ଫୁଟ ୮ ଇଞ୍ଚ । ଏହି କେକ୍ର ଓଜନ ପ୍ରାୟ ୨୦୦ କିଗ୍ରା । ଏହା ଦେଖିବାକୁ ବହୁତ ସୁନ୍ଦର । ବିନା ଅଣ୍ଡାର କେକ୍ରେ ପ୍ୟାଲେସ ପ୍ରସ୍ତୁତ କରି ପ୍ରାଚୀଙ୍କର ଏହା ହେଉଛି ୩ୟ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ ।
ସେ କହିଛନ୍ତି, ଭାରତର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ କୀର୍ତ୍ତିରାଜିରୁ ଅନୁପ୍ରାଣିତ ହୋଇ ଏହି କେକ୍ ପ୍ୟାଲେସ ପ୍ରସ୍ତୁତ କରିଛନ୍ତି । ସେ ସବୁବେଳେ ତାଙ୍କ କେକ୍ ସାହାଯ୍ୟରେ କିଛି ନୂଆ କରିବାକୁ ପ୍ରୟାସ କରିଥା’ନ୍ତି । ତାଙ୍କୁ ଏହି କେକ୍ ପ୍ୟାଲେସ ପାଇଁ ପ୍ରାୟ ୩ ସପ୍ତାହ ସମୟ ଲାଗିଥିଲା ।