ନୂଆଦିଲ୍ଲୀ: ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା। ଆମ ଦେଶରେ ଅନେକ ଲୋକ ଏହି ବୀମା ନେଇଥାନ୍ତି। ବର୍ତ୍ତମାନ ଏଗୁଡିକ ଉପରେ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି। ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ହଟାଇବାକୁ ଦାବି କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠିରେ ନିତିନ ଗଡକରୀ ଦାବି କରିଛନ୍ତି ଯେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମରୁ ଜିଏସ୍ଟି ହଟାଯାଉ। ଜିଏସ୍ଟି ଯୋଗୁଁ ବୀମା କ୍ଷେତ୍ରର ଅଭିବୃଦ୍ଧି ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଉପରେ ମହଙ୍ଗା ଚିକିତ୍ସାର ଭାର ମଧ୍ଯ ବଢୁଛି।ସେ ଆହୁରି ମଧ୍ଯ କହିଛନ୍ତି ଯେ, ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକାଂଶ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ପ୍ଲାନ୍ କରିଥାନ୍ତି। ମାତ୍ର ଏହା ଉପରେ ଅତ୍ୟଧିକ ଟାକ୍ସ ବସାଇଲେ ଏଥିପ୍ରତି ସେମାନେ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ସେଥିପାଇଁ ପ୍ରିମିୟମ ଉପରେ ଆୟକର ରିହାତି ପୁନଃ ଆରମ୍ଭ କରିବା ଉଚିତ୍।