ମୁମ୍ବାଇ: ଆମେ ଟଙ୍କା ଉଠାଇବା ପାଇଁ ସାଧାରଣତଃ ବ୍ୟଙ୍କକୁ ଯାଇଥାଉ କିମ୍ବା ଏଟିଏମ କାର୍ଡର ବ୍ୟବହାର କରିଥାଉ । ବିନା ଏଟିଏମ କାର୍ଡ ରେ କେବେ ଟଙ୍କା ଉଠାଇ ନଥିବେ । ଯେଉଁଠାକୁ ବି ଗଲେ ଏଟିଏମ କାର୍ଡ ଅତ୍ୟନ୍ତ ଆବଶ୍ୟକ ହୋଇପଡେ । ହେଲେ ଏବେ ଆଉ ଏଟିଏମ କାର୍ଡ ପାଖରେ ନଥିଲେ ଅସୁବିଧାର ସମ୍ମୁଖୀନ୍ନ କରିବାକୁ ପଡିବନି । ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇ ହେବ ।
ବିନା ଡେବିଟ, କ୍ରେଡିଟ କାର୍ଡରେ ଏଟିଏମରୁ ଉଠାଇ ହେବ ଟଙ୍କା । କେବଳ ୟୁପିଆଇ ବ୍ୟବହାର କରି ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ମୁମ୍ବାଇର ଆୟୋଜିତ ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏପରି ପ୍ରଦର୍ଶନ କରାଯାଇଛି । ଆଉ ଏହାକୁ ଜାପାନ କପାନୀ ହିଟାଚି ପେମେଣ୍ଟ ସର୍ଭିସ ତରଫରୁ ପ୍ରସ୍ତୁତ କରାଯାଇଛି । ଏହି ୟୁ ପି ଆଇ ବ୍ୟବହାର ଦ୍ୱାରା ଟଙ୍କା ଉଠାଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହାର ବ୍ୟବହାର ବହୁତ ସହଜ । ଟଙ୍କା ଉଠାଇବାକୁ ହେଲେ ପ୍ରଥମେ ଏଟିଏମରୁ କେତେ ଟଙ୍କା ଉଠାଇବେ ତାକୁ ଚୟନ କରିବାକୁ ପଡିବ । ପରେ ଏଟିଏମ ସ୍କ୍ରିନରେ ଏକ “କ୍ୟୁ ଆର’ କୋଡ ଦେଖାଯିବ । ଏହି “କ୍ୟୁ ଆର’ କୋଡ କୁ ମୋବାଇଲରେ ୟୁପିଆଇ ଆପ୍ ଦ୍ୱାରା ସ୍କାନ କରିବାକୁ ପଡିବ । ପରେ ପରେ ୟୁପିଆଇ ପିନ୍ ଆପଣଙ୍କ ମୋବାଇଲରେ ଏଣ୍ଟର କରିବାକୁ ପଡିବ । ଯାହା ଦ୍ୱାରା ଏଟିଏମ ରୁ ଟଙ୍କା ବାହାରିବ । ଏହି ବ୍ୟବସ୍ଥା ଦେଶରେ ଲାଗୁ ହେଲେ ୟୁପିଆଇ ବ୍ୟବହାର କରି ଟଙ୍କା ଉଠାଇବା ଅତି ସହଜ ହୋଇପାରିବ ।