ଋିପୋଟର୍ସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ସାବତ ମାଆ ହାତରେ ଗଲା ତିନି ବର୍ଷ ଝିଅର ଜୀବନ । ଅତି ନୃଂଶସ ଭାବରେ ତଣ୍ଟି ଚିପି ହତ୍ୟା କରିଛି ଏହି ମାଆ ରୂପରେ ଥିବା ପିଶାଚିନୀ । ମୃତ ଶିଶୁଟି ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତଗର୍ତ ଲାଖପଦ ଗାଁର ଯୋଗେଶ୍ୱର ସାଙ୍କ ଝିଅ ନନ୍ଦିନୀ ସା । ଘଟଣାରୁ ଜଣାପଡିଛି ଯୋଗେଶ୍ୱରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଆଶା ସାହୁ ନାମକ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ନନ୍ଦିନୀ ଖେଳି ସାରି ଘରକୁ ଆସିବା ପରେ ଆଶା କୌଣସି କାରଣରୁ ଝିଅ ନନ୍ଦିନୀର ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ରାତିରେ ଯୋଗେଶ୍ୱର କାମ ସାରି ଘରକୁ ଫେରିଲା ପରେ ଝିଅ ବିଷୟରେ ପଚାରିବାରୁ ସେ ଶୋଇ ପଡିଛି ବୋଲି ଆଶା କହିଥିଲେ । ଯୋଗେଶ୍ୱର ଯାଇ ଝିଅକୁ ଉଠାଇ ଥିଲେ ମଧ୍ୟ ସେ ଉଠି ନଥିଲା ଓ ତା ପାଟିରୁ ରକ୍ତ ବାହାରୁ ଥିବା ଦେଖି ଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନନ୍ଦିନୀଙ୍କ ମାମୁଁ ଥାନାରେ ଏନେଇ ଏତଲା ଦେଇଥିଲେ । ଏହାସହ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ ଥାନାରେ ବାପା ଓ ମାଆଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।