ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା | ଆମ୍ବ ତୋଳିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ | ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଁଳାବେରେଣୀ ଗାଁରେ ଘଟଣା | ମୃତକ ହେଲେ ଆଶା ଦେହୁରୀ | ଆଜି ଭୋରରୁ ନିଜ ଆମ୍ବ ତୋଟାକୁ ଯାଇଥିବା ବେଳେ ଦନ୍ତାର ଶିକାର ହୋଇଥିଲେ ବୃଦ୍ଧା | ଘଟଣା ସ୍ଥଳରେ ହିଁ ଚାଲିଗଲା ବୃଦ୍ଧାଙ୍କ ଜୀବନ | ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ | ବନ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ | କ୍ଷତିପୂରଣ ସହ ହାତୀ ଉପରେ ନଜର ରଖିବାକୁ ଲୋକଙ୍କ ଦାବି | ଦାବି ପୂରଣ ନହେଲେ NH 55 ଅବରୋଧ କରିବାକୁ ଗାଁ ଲୋକଙ୍କ ଚେତାବନୀ |