କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା

0

ମୟୁରଭଞ୍ଜ– ପୁଣି ଜନନୀ ଯନ୍ତ୍ରଣା । କାଦୁଅ ରାସ୍ତାରେ ଅଟକି ଯାଇ ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ୨ କିମି ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ନେବାବେଳେ ରାସ୍ତାରେ ପ୍ରସବ କଲେ ପ୍ରସୂତୀ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ କାଶିପାଳ ଗାଁରେ ଘଟିଛି ଏଭଳି ଘଟଣା । ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗାଁକୁ ଯିବାପାଇଁ ପକ୍କା ସଡକ ନଥିବାରୁ ଗାଁକୁ ପହଞ୍ଚିବାକୁ ୨ କିମି ପୂର୍ବରୁ କାଦୁଅ ମଝିରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ତେଣୁ ଉପାୟ ନପାଇ ଗାଁଲୋକେ ପ୍ରସବ ବେଦନାରେ ଛଟପଟ ହେଉଥିବା ସୂମୀ ହୋ ନାମକ ଜଣେ ପ୍ରସୂତୀ ଙ୍କୁ ଝିପିଝିପି ବର୍ଷାରେ ୨ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ, ମାତ୍ର ଆମ୍ବୁଲାନ୍ସ ନିକଟକୁ ପହଞ୍ଚିବା ପୂର୍ବରୁ ସେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ, ତେବେ ତାଙ୍କୁ ଉକ୍ତ ଆମ୍ବୁଲାନ୍ସ ରେ ଆଣି ଯଶୀପୁର ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି ।ଗାଁ କୁ ପକ୍କା ରାସ୍ତା ନଥିବାରୁ ଦିର୍ଘ ୨ କିମି ରାସ୍ତା ପ୍ରସୂତୀ ଙ୍କୁ ଵୋହି ଆଣିବା ପାଇଁ ପଡିଲା ବୋଲି ଅତି ଦୁଃଖ ର ସହ ପ୍ରକାଶ କରିଛନ୍ତି କାଶୀପାଳ ଗ୍ରାମର ଆଶା ଦିଦି।