ଏମିତି ସ୍ତ୍ରୀ ଜଗତେ ନାହିଁ । ସ୍ୱାମୀଙ୍କ କିଡନୀ ବିକ୍ରି ଟଙ୍କାରେ ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ । ଏଭଳି ଏକ ଅଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଶ୍ଚିମବଙ୍ଗ ହାୱଡା ଶଙ୍କରାଇଲ ଅଞ୍ଚଳରୁ । ତେବେ ସୂଚନା ମୁତାବିକ ପରିବାରର ଆର୍ଥିକ ଅସୁବିଧା ତଥା ଝିଅର ପାଠ ପଢା ଏବଂ ବିବାହ ପାଇଁ ପର୍ଯ୍ୟାପ୍ତ ଅର୍ଥନଥିବା ଦର୍ଶାଇ ଥିଲେ ସ୍ତ୍ରୀ ଜଣକ । ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀଙ୍କୁ କଟୁ କଥା କହି ସମାଲୋଚନା କରୁଥିଲେ । ଏପରିକି ଯଦି ଟଙ୍କା ନାହିଁ ତେବେ ବିବାହ କରୁଥିଲ କାହିଁ? ଆଉ ଯଦି ପରିବାର ପୋଷିବାର କ୍ଷମତା ନାହିଁ ତେବେ କିଡନୀ ବିକ୍ରି କରି ମୋତେ ୧୦ ଲକ୍ଷ ଟଙ୍କା ଦିଅ ବୋଲି ସ୍ତ୍ରୀ କହିଥିଲା ।
ଫଳସ୍ୱରୂପ, ପତ୍ନୀଙ୍କ ଜିଦ୍ରେ ଯୁବକ ଜଣକ ରାଜି ହୋଇଥିଲେ। ଏକ ବର୍ଷ ଧରି ଖୋଜାଖୋଜି କରିବା ପରେ ଜଣେ ଲୋକ ମିଳନ୍ତି ଯାହାକୁ କିଡନୀ ଦରକାର ହୁଏ ଏବଂ ଉକ୍ତ ବ୍ୟକ୍ତିଙ୍କୁ ସେ ତାଙ୍କ କିଡନୀ ବିକ୍ରି କଲେ । କିଡନୀ ବିକ୍ରୟ କରିବା ପରେ ସେ ବିଶ୍ୱାସ କରିଥିଲେ ଯେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧୁରିବ ଜ୍ଝ ସେ ଭାବିଥିଲେ ଏହା ସେମାନଙ୍କର କିଛି ଦାରିଦ୍ର୍ୟକୁ ଦୂର କରିବ ଏବଂ ଭବିଷ୍ୟତରେ ତାଙ୍କ ଝିଅର ମଧ୍ୟ ବିବାହର ବ୍ୟବସ୍ଥା କରିବା ସହଜ କରିବ ଜ୍ଝ ତେବେ ଏହି ନିଷ୍ପତ୍ତି ପଛରେ ତାଙ୍କ ପତ୍ନୀଙ୍କର ଅନ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଯୁବକ ଜଣକ ଜାଣିନଥିଲେ ।
ଯୁବକ ଜଣକ କିଡନୀ ବିକ୍ରି କରି ପରିବାରର ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ପତ୍ନୀ ଫେସବୁକରେ ବାରାକପୁରର ସୁଭାଷ କଲୋନୀରେ ରହୁଥିବା ରବି ଦାସଙ୍କ ସହ ମିଳାମିଶା କରୁଥିଲେ। ରବି ଦାସ ଶେଷରେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ, ଏବଂ ପରେ ତାଙ୍କ ସ୍ୱାମୀ ତାଙ୍କ କିଡନୀକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଏତିକି ବେଳେ ସ୍ବାମୀର କିଡନୀ ବିକା ବଳକା ଟଙ୍କା ନେଇ ନିଜ ପ୍ରେମିକ ସହ ଫେରାର ହୋଇଯାଏ ପତ୍ନୀ ।
ପରେ ସ୍ୱାମୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ନିଜ ୧୦ ବର୍ଷର ଝିଅ ସହ ସ୍ୱାମୀ ଉକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀ ରହୁଥିବା ଘରକୁ ଗଲେ ଏବଂ କବାଟ ବାଡେଇଲେ ହେଲେ ସେ ହାଲକା କବାଟ ଖୋଲି ସ୍ବାମୀଙ୍କୁ ଗାଳିଗୁଲଜ କଲେ ଏବଂ ଛାଡପତ୍ର ଦେବାର ଧମକ ଦେଲେ । ମହିଳା ଜଣଙ୍କ ନିଜ ପ୍ରେମିକ ସହ ସେ ରୁମରେ ଥିବା ନେଇ ସ୍ବାମୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏ ଖବର ଯିଏ ବି ଶୁଣିଛି ସେ ନିନ୍ଦା କରୁଛି । କାରଣ କାର ଗୋଟେ ସ୍ତ୍ରୀ ପାଇଁ ତାର ସ୍ୱାମୀ ହେଉଛି ସବୁକିଛି । ହେଲେ ଏମିତି ସ୍ତ୍ରୀ ସମଜା ପାଇଁ ଗୋଟେ କଳଙ୍କ ବୋଲି ଚର୍ଚ୍ଚା ହେଉଛି ।