(ତାଳଚେର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ତେବେ ଘରେ ଶୋଇଥିବା ସ୍ୱାମୀ ଓ ସ୍ତ୍ରୀକୁ ପାଦରେ ଦଳିଦେଲା ହାତୀ । ଫଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡା ଗାଁରେ।
ସୂଚନାନୁସାରେ, କାଞ୍ଚନ ଓ ତାଙ୍କ ସ୍ୱାମୀ ରାତିରେ ଘରେ ଶୋଇଥିଲେ। ହାତୀଟି ଆସି ଘର ଭାଙ୍ଗି ଭିତରକୁ ପଶିଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ମୁକୁନ୍ଦଙ୍କ ଅବସ୍ଥା ଗୁରୁତର ରହିଛି।
ତାଳଚେର ପୁଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ଷତି ପୂରଣ ବାବଦରେ ବନ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।