ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନାରୁ ନ୍ୟାୟ ନପାଇ ଫେରିଗଲେ ମହିଳା।ସୂଚନା ଅନୁଯାୟୀ ଆଜକୁ ପ୍ରାୟ ୧୨ବର୍ଷତଳେ ରାସୋଳ ଥାନା ବାବନ୍ଧ ଗ୍ରାମପଞ୍ଚାୟତ ବେଡାପଡା ଗ୍ରାମର ବିଜୟ ସାମଲ ଙ୍କଝିଅ ଲିପି ସାମଲ ବାଲିମୀ ଥାନା ଠୋକର ଗ୍ରାମର ପବିତ୍ର ସାମଲଙ୍କ ପୁଅ ପ୍ରକାଶ ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।ବିବାହ ପରଠାରୁ ଆଜି ପର୍ଯ୍ୟନ୍ତ ଲିପି ଏବଂ ପ୍ରକାଶଙ୍କ ମଧ୍ୟରେ କଳହ ଲାଗିରହିଥିବାର ପ୍ରକାଶ କରିଛନ୍ତି ସ୍ତ୍ରୀ ଲିପି।
ଆଜି କଳହ ଉଗ୍ରରୂପ ଧାରଣ କରିଥିଲା। ମଦ୍ୟପ ସ୍ବାମୀର ମାଡ଼ରେ ଅଳ୍ପକେ ରକ୍ଷା ପାଇ ନ୍ୟାୟପାଇବା ଆଶାରେ ବାଲିମୀ ଥାନାକୁ ଧାଇଁ ଆସିଥିଲେ। ବଡ ଦୁଃଖର ବିଷୟ ଦୀର୍ଘ ୪ଘଣ୍ଟା ଅପେକ୍ଷା କରିବା ପରେ ନ୍ୟାୟ ନପାଇ ଫେରିଗଲେ ମହିଳା ଜଣଙ୍କ। ଉକ୍ତ ମହିଳାଙ୍କର ଯଦି କୈାଣସି ଅଘଟଣ ଘଟେ ତାହାଲେ ସେଥିପାଇଁ ଦାୟୀ କିଏ ରହିବ। ତେବେ ସାଧାରଣ ଲୋକଟିଏ ନ୍ୟାୟ ପାଇବା ଆଶାରେ ଥାନାକୁ ଦୌଡ଼ି ଆସୁଥିବା ବେଳେ ବାଲିମି ପୋଲିସ୍ ର ଏଭଳି କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।