ସହିଦ ହୋଇଥିଲେ ସ୍ୱାମୀ, ଏବେ ଯୁଦ୍ଧରେ ଭୁମିରେ ସ୍ତ୍ରୀ…

0

ପହଲଗାମ ଆକ୍ରମଣ ପ୍ରତିଶୋଧର ମୁକାବିଲା ପାଇଁ ହୋଇଥିଲା ଅପରେସନ ସିନ୍ଦୁର । ଏହି ସମୟରେ ଗୁଳିଗୋଳା ଓ କ୍ଷେପଣାସ୍ତ୍ର ମାଡ ହୋଇଥିଲା । ଭାରତୀୟ ସେନାର ମହିଳା ଶଧିକାରୀ ମାନେ ପାକିସ୍ତାନ ହମାଲା ମୁକାବିଲା କରିବା ସମୟରେ ପୁରୁଷ ସୈନ୍ୟଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଯୁଦ୍ଧ କରିଥିଲେ । ଏଥିରେ ଜଣେ ରେଜିମେଣ୍ଟର ଜଣେ ମହିଳା ସେନା ଅଧିକାରୀ ନିଜ ସଂଘର୍ଷ ବିଷୟରେ ବଖାଣିଥିଲେ । ତାଙ୍କର ସୈନ୍ୟ ଦଳ ଉଭୟ ଭୂମି ଏବଂ ଆକାଶରେ ମଧ୍ୟ ଯୋଗାଯୋଗ ବ୍ୟବସ୍ଥା ପରିଚାଳନା କରିଥିଲେ ।


ତେବେ ମହିଳା ସେନା ଅଧିକାରୀ ଜଣକ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସହ ସାକ୍ଷାତକାରରେ କହିଥିଲେ ଯେ ମୁଁ କାର୍ଯ୍ୟରେ ଏକ ଅଂଶ ହୋଇଥିବାରୁ ଗର୍ବିତ । କାରଣ ଅପରେସନ୍ ସିନ୍ଦୂର ସମୟରେ, ଆମେ ସ୍ଥଳଭାଗରେ ନିୟୋଜିତ ରହିଥିଲୁ ଏବଂ ଆମର ସମସ୍ତ କାର୍ୟ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ ଶେଷ କଲୁ। ପୁରୁଷ ଏବଂ ମହିଳା ସୈନିକମାନେ ଆଗଧାଡ଼ିରେ ସମାନ ବ୍ୟବହାର ମିଳେ। ମହିଳା ଅଧିକାରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। କାରଣ ଆମେ ଅନ୍ୟ ସୈନିକଙ୍କ ପରି ଆମ ଦେଶକୁ ସୁରକ୍ଷା ଦେଉଛୁ।

ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ସ୍ୱାମୀ ସେନାରେ ଜଣେ ସିଗନାଲ ଅଧିକାରୀ ଥିଲେ ଏବଂ ଅରୁଣାଚଳ ପ୍ରଦେଶରେ ଅପରେସନ ରାଇନୋ ସମୟରେ ସହିଦ ହୋଇଥିଲେ। ମୁଁ ସବୁବେଳେ ଭାବୁଥିଲି ଯେ ଯଦି ମୁଁ ସେନାରେ ଯୋଗ ଦିଏ, ତେବେ ସେ ସବୁବେଳେ ମୋ ପାଖରେ ରହିବେ। ମୁଁ ମୋ ପୁଅକୁ ମଧ୍ୟ ଦେଖାଇବାକୁ ଚାହୁଁଥିଲି ଯେ ତା ବାପା କିପରି ଥିଲେ। ସେ ଗର୍ବର ସହିତ କହିଥିଲେ ମୋ ପୁଅ ମଧ୍ୟ ପ୍ରତିରକ୍ଷା ବାହିନୀରେ ଯୋଗ ଦେବାକୁ ଚାହୁଁଛି। ଯଦି ମୁଁ ଜଣେ ଗୃହିଣୀ ହୋଇଥାନ୍ତି, ତେବେ ମୁଁ ମୋ ପୁଅକୁ ସୈନିକ ଜୀବନଯାପନର ଏହି ଅଭିଜ୍ଞତା ଦେଇପାରି ନଥାନ୍ତି।