ବଲାଙ୍ଗିର : ବିଷ ପିଇଦେଲେ ମହିଳା ଏସଆଇ । ଏପରି ଏକ ଚାଞ୍ଚଲ୍ୟ ଖବର ଆସିଛି ବଲାଙ୍ଗିର ଜିଲ୍ଲାର ସଇଁତଳାରେ । ସାଇଁତଳା ଥାନାରେ କର୍ଯ୍ୟରତ ଏସଆଇ କାଜଳ ବାଗ ବିଷ ପିଇଦେଇଛନ୍ତି । ସଇଁତଳା ଗୋପବନ୍ଧୁନଗରରେ ଭଡା ଘରେ ରହୁଥିଲେ କାଜଲ । ଗତ କାଲି ରାତିରେ ଭଡା ଘରେ ତାଙ୍କର କାହା ସହିତ ଫୋନରେ ପାଟିତୁଣ୍ଡ ହୋଇଥିଲା । ତା ପରେ ସେ ମଶାମରା ଲିକ୍ୟୁଡ୍ ପିଇ ଦେଇଥିଲେ ।
ଜୋରରେ ପାଟିକରି କଥା ହେବା କଥା ତାଙ୍କ ପୋଡଶୀ କହିଛନ୍ତି । ପୋଡଶୀଙ୍କ କହିବା ଅନୁସାରେ ପାଟିତୁଣ୍ଡ ତରଙ୍କ ବୟଫ୍ରେଣ୍ଡ ସହ ହୋଇଛି ବୋଧେ ।ଏ ତାପରେ ବୋଓ ହୁଏ ମଶାମରା ଲିକ୍ୟୁଡ୍ ପିଇ ଦେଇଛନ୍ତି । ଏ ସଂମ୍ପର୍କରେ ସେହି ଯୁବକ ଜଣକ ଖବର ଦେବା ପରେ ଥାନାରୁ କନଷ୍ଟେବଳମାନେ ଆସି ଏସଆଇଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।