ଭୁବନେଶ୍ୱର: କମିଶନରେଟ ପୋଲିସକୁ ଲଜ୍ଜା । ବର୍ଦ୍ଦି ରେ ଲାଗିଲା କଳଙ୍କ । ନ୍ୟାୟ ପାଇଁ ଥାନା କୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ମହିଳା ଥାନା ରେ ଅଭିଯୋଗ ପରେ ପୋଲିସ ASI ଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ । ଗିରଫ ପୋଲିସ କର୍ମଚାରୀ ହେଲେ ରଂଜିତ ଦାସ । ସେ ନୟାପ୍ଲଲ୍ଲୀ ଥାନା ରେ ASI ଭାବେ କାମ କରନ୍ତି । ଗତ କିଛି ଦିନ ତଳେ ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ଥାନାରେ ଡ୍ୟୁଟି କରୁଥିବା ରଂଜିତ ତାଙ୍କୁ ନ୍ୟାୟ ଦେବା ବାହାନାରେ ସମ୍ପର୍କ ଆରମ୍ଭ କରିଥିଲେ । ମହିଳା ଙ୍କ ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ଜାଣି ତାଙ୍କୁ ବିବାହ କରିବା ନାଁରେ ଶାରୀରିକ ସମ୍ପର୍କ ରଖିଥିଲେ । କିଛି ଦିନ ପାରେ ମହିଳା ଳାଙ୍କୁ ଗାଳି ଗୁଲଜ କରିବା ସହ ନିର୍ଯ୍ୟାତନା ଦେଉଥିବା ନେଇ ପିଡିତା ମହିଳା ଥାନାରେ ଅଭିଯୋଗ ପରେ ରଞ୍ଜିତ କୁ ଗିରଫ କରିଛି ପୋଲିସ ।