(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିର ବ୍ୟସ୍ତବହୁଳ ଦାମ୍ପତ୍ୟ ଜୀବନରେ ବିବାହ ବିଚ୍ଛେଦ କିଛି ନୂଆ କଥା ନୂହେଁ । କେଉଁଠି ସ୍ୱାମୀ ସ୍ତ୍ରୀ ଅତ୍ୟାଚାରରେ ଅତିଷ୍ଠ ହୋଇ ତ କେଉଁଠି ସ୍ତ୍ରୀ ସ୍ୱାମୀକୁ ନାପସନ୍ଦ କରି ବିଚ୍ଛେଦ ହେବାକୁ ଚାହୁଁଛନ୍ତି । ଏପରି ଘଟଣା ମଧ୍ୟ ଘଟିବାରେ ଲାଗିଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସଂଯୁକ୍ତ ଆରବ ରାଷ୍ଟ୍ରରେ । ଜନୈକା ଖିଆଲୀ ପତ୍ନୀ ଫୁଜୈରାହର ଶରୀୟା ସ୍ୱାମୀଙ୍କ ଅଧିକ ସ୍ନେହ ଆଦରକୁ ସହଜରେ ଗ୍ରହଣ କରି ନକରି ଛାଡ଼ପତ୍ର ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।
ଏହି ଦମ୍ପତ୍ତିଙ୍କ ବିବାହ ବର୍ଷ ତଳେ ହୋଇଥିଲା । ବିବାହ ସମୟରେ ପ୍ରତିଟି ଝିଅର ଆଶା ଥାଏ ତା ସ୍ୱାମୀତାକୁ ସବୁଠୁ ଅଧିକ ଭଲ ପାଉ । ସ୍ନେହ କରୁ ଯତ୍ନ ନେଉ ଆଦି । ଆଉ ମହିଳାଙ୍କ ସେହିପରି ସ୍ୱାମୀ ମଧ୍ୟ ମିଳିଥିଲା । ଯିଏକି ତାଙ୍କ ସହିତ ଆଦୌ ଯୁକ୍ତି ତର୍କ କି ଝଗଡ଼ା କରୁ ନଥିଲେ । ସର୍ବଦା ତାଙ୍କର ଯତ୍ନ ନେଉଥିଲେ । ଘର କାମରେ ମଧ୍ୟ ମହିଳଙ୍କୁ ସାହର୍ଯ୍ୟ କରୁଥିଲେ । କିନ୍ତୁ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଙ୍କ ଏପରି ବ୍ୟବହାରକୁ ସହଜରେ ଗ୍ରହଣ କରିପାୁ ନାହଁନ୍ତି । ଏହା ତାଙ୍କୁ ଚାପଗ୍ରସ୍ତ କରୁଛି । ବିବାହ ପରେ ତାଙ୍କ ସହ ଏପରି ହେବ ବୋଲି ସେ ଭାବି ନଥିଲେ । ସେ ସ୍ୱଭାବିକ ଦାମ୍ପତ୍ୟ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ଯେଉଁଠି କଳି ଝଗଡ଼ା ଲାଗି ରହୁଥିବା ସେଠାରେ ସେ ରହିବାକୁ ଚାହୁଁଛନ୍ତି ବୋଲି ସେ ଅଦାଲତାରେ କହିଛନ୍ତି । ଜନୈକି ଖିଆଲୀ ମହିଳାଙ୍କ ବୟାନ ଅଦାଲତରେ ହାସ୍ୟରୋଳ ସୃଷ୍ଟି କରିଥିଲା । ପତି ନିଜ ସଫେଇରେ କୌଣସି ଭୂଲ କରି ନ ଥିବା କହିଥିଲେ । ପତ୍ନୀଙ୍କୁ ଆବେଦନ ପ୍ରତ୍ୟାହାର କରିବା ପାଇଁ ପ୍ରବର୍ତ୍ତାଯାଇଥିଲା । ହେଲେ ସେ ମାନି ନ ଥିଲେ । ଅଦାଲତ ଏହି ଆବେଦନ ଉପରେ କୌଣସି ଚୂଡ଼ାନ୍ତ ରାୟ ନ ଶୁଣାଇ ବୁଝାମଣା ପାଇଁ ତାଜା ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ।