ମହିଳାଙ୍କ ପେଟରୁ ବାହାରିଲା ୯ କେଜି ଟ୍ୟୁମର

0

(ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା ): ବିରଳ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ବାହାରିଲା ୯ କେଜି ଟ୍ୟୁମର । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଏହି ଅପରେସନ । ଅପରେସନ ପରେ ମହିଳା ସୁସ୍ଥ ଥିବା ଜଣାପଡ଼ିଛି ।
ସୂଚନା ସୂଚନାନୁସାରେ, ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ଗ୍ରାମର ଜଣେ ଗରିବ ଆଦିବାସୀ ମହିଳା ଗର୍ଭାଶୟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ପରିବାର ଲୋକ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ରବିବାର ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ସପନ କୁମାର ଦିଣ୍ଡା ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ବେଳେ ତାଙ୍କ ଗର୍ଭାଶୟରେ ଓଭାରିଆନ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ । ସୋମବାର ମହିଳାଙ୍କ ଏହି ଟ୍ୟୁମର ଅପରେସନ ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ପ୍ରାୟ ୨ ରୁ ୩ ଘଣ୍ଟାର ପରିଶ୍ରମ ପରେ ଡାକ୍ତରୀ ଟିମ୍ ମହିଳାଙ୍କ ପେଟରୁ ଟ୍ୟୁମର କାଢିବାକୁ ସକ୍ଷମ ହୋଇଥିଲା । ତେବେ ଏହି ବିରଳ ଟ୍ୟୁମର ଅପରେସନ ଶେଷ ହେବା ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି ।ମହିଳାଙ୍କ ଏହି ଅପରେସନ ପରେ ରାଜ୍ୟ ସରକାରଙ୍କ ୫’ଟି’ ଉପାନ୍ତ ଜିଲ୍ଲାର ସ୍ବାସ୍ଥ୍ୟସେବା ଚିତ୍ରକୁ ବଦଳାଇଥିବା ଜଣାପଡୁଛି । ପୂର୍ବରୁ ନିଜ ରୋଗ ଭଲ କରିବାକୁ ଉପାନ୍ତ ଜିଲ୍ଲାର ଆଦିବାସୀ ଗୁଣିଆ, ଦିଶାରିଙ୍କ ସାହାରା ନେଉଥିଲେ । ମାତ୍ର ଅନ୍ଧବିଶ୍ବାସକୁ ଦୂର କରି ଆଦିବାସୀଙ୍କ ଡାକ୍ତରଖାନା ଯିବା ୫’ଟି’କୁ ସଫଳତା ଆଣିଦେଇଛି ।