ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ପ୍ରସବ କଲେ ମହିଳା

0

(ରିିପୋଟର୍ସ ଟୁଡେ/ ଭୁବନେଶ୍ୱର): ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଦୃଶ୍ୟ । ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ପ୍ରସବ କଲେ ମହିଳା । ଖବର ଅନୁସାରେ, ବ୍ରହ୍ମପୁରର କୋର୍ଟପେଟା ମନ୍ଦିର ନିକଟରେ ଏକୁଟିଆ ଥିବା ବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଫଳରେ ପାଖରେ ଥିବା ମହିଳାମାନେ ଲୁଗା ଘେରାଇ ପ୍ରସବ କରାଇଥିଲେ । ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଆମ୍ବୁଲାନ୍ସ ଆସି ଉଭୟ ମାଆ ଓ ଶିଶୁକୁ ଏମ.କେ.ସି.ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ମାଆ ନବଜାତ ଶିଶୁ ସୁସ୍ଥ ଥିବା ଜଣା ପଡିଛି । ପୂର୍ବ କେତେକ ଆମ୍ବଲାନ୍ସ ନଆସିବାରୁ ବହୁ ମହିଳାମାନେ ରାସ୍ତାଘାଟରେ ପ୍ରସବ କରିଥାନ୍ତି । ବିଶେଷ କରି ଗାଁରେ ରହୁଥିବା ମହିଳାମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।