ମହିଳା ବିଲ ପାର ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଲେ ମହିଳା ସାଂସଦ

0

ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ମହିଳା ସାଂସଦଙ୍କ ସହ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଲ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଫଟୋ ଭିଡିଓ ଏବେ ସମ୍ନାକୁ ଆସିଛି । ମୋଦୀଙ୍କ ସହ ୩୦ରୁ ଅଧିକ ମହିଳା ସାଂସଦଙ୍କ ସହ ଫଟୋ ସୁଟ୍ କରିଛନ୍ତି । ଫଟୋରେ ପ୍ରଧାନମନ୍ତ୍ରୀଙ୍କ ସମେତ ମହିଳା ସାଂସଦମାନେ ବିଜୟ ସୂଚକ ଚିହ୍ନ ଦେଖାଉଥିବା ଦେଖିବାକୁ ମିଳିଛି ।

ଏହି ସମୟର କିଛି ଫଟୋ ଭୁବନେଶ୍ୱର ସାଂସଦ ଅପରାଜାତା ଷଡଙ୍ଗୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅପରାଜିତା ଲେଖିଛନ୍ତି, ମହିଳା ସଂରକ୍ଷଣ ବିଲ ଏବେ ବାସ୍ତବରେ ପରିଣତ ହୋଇଛି । ଉଭୟ ବିଧାନସଭା ଏବଂ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି କହିଛନ୍ତି ଅପରାଜିତା । ଏଥିସହ ‘ମୋଦୀ ହେ ତୋ ମୁମ୍କିନ ହେ’ ବୋଲି କହିଛନ୍ତି ବିଜେପି ସାଂସଦ ।